fbpx
BSKY
BJD SHG SKY
BJD YOUTH SKY

ଭୀଷଣ ସଡ଼କ ଦୁର୍ଘଟଣା, ଅଟୋ ଉପରେ ଖସିଗଲା କଣ୍ଟେନର୍; ୪ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଯାଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଆଇଟିଓ ପାଖ ରିଙ୍ଗ୍ ରୋଡ୍ ଠାରେ ହୋଇଛି । ଗୋଟିଏ କଣ୍ଟେନର୍ ରୋଡ୍ ରେ ଯାଉଥିବା ଏକ ଅଟୋରେ ଖସି ପଡ଼ିଛି । ଯାହାଫଳରେ ଅଟୋରେ ଯାଉଥିବା ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁସାରେ, କଣ୍ଟେନର୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଘଟଣା ପରେ ଉକ୍ତ ଅଞ୍ଚଳରେ ଲୋକଙ୍କ ଭିଡ ଜମିଯାଇଛି । ପୋଲିସ୍ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ମାମଲା ରୁଜୁ କରି ଡ୍ରାଇଭର୍ ର ସନ୍ଧାନରେ ଲାଗିପଡ଼ିଛି ।

Get real time updates directly on you device, subscribe now.