fbpx

କରୋନା ମୃତକ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪ ।୩: ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଶରେ ୮୩ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାରି ମଧ୍ୟରେ କରୋନାକୁ ବିଜ୍ଞାପିତ ବିପର୍ଯ୍ୟୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ମିଳିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ପାଣ୍ଠିରୁ ସହାୟତା ରାଶି ଦେବା ପାଇଁ ନିଷ୍ପତ୍ତି ହୋଇଛି । କରୋନାରେ ମୃତ୍ୟୁ ହେଲେ ଏସଡିଆରଫରୁ ୪ ଲକ୍ଷ ଟଙ୍କାର ସହାୟତା ମିଳିବ । ରିଲିଫ୍ ବା ରୋଗୀ ସେବାରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ବି ଏହି ସହାୟତା ମିଳିବ ।

ଏହା ସହ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘୋଷଣା କରାଯାଇଛି । ଆବଶ୍ୟକତାଠାରୁ ଅଧିକ ମହଜୁଦ ରଖିଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.