fbpx

ଜଗନ୍ନାଥଙ୍କ ଟଙ୍କା ଓ ବିଧାନସଭା ବନ୍ଦ ନେଇ ବିଜେପିକୁ କଡା ଜବାବ୍ ଦେଲା ବିଜେଡି

ଭୁବନେଶ୍ୱର,୧୪ ।୩(ଓଡିଶା ଭାସ୍କର): ଜଗନ୍ନାଥଙ୍କ ଟଙ୍କା ଓ ବିଧାନସଭା ବନ୍ଦ ନେଇ ବିଜେପି ଅଭିଯୋଗ ପ୍ରସଙ୍ଗରେ ଆଜି ଉତ୍ତର ରଖିଛି ବିଜେଡି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି ଯେ, ‘ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ନିରାଧାର । ଅଭିଯୋଗ ପଛରେ ରାଜନୈତିକ ଉଦ୍ଦେଶ୍ୟ ଲୁଚି ରହିିଛି । ୟେସ୍‍ ବ୍ୟାଙ୍କ୍‍ରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିର ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ । ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଆମେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍କୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଉଚିତ୍‍ ନୁହେଁ । ପ୍ରସଙ୍ଗ ଯାହା ବି ହେଉ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ । କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏପରି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ।’ ଏହାକୁ ନେଇ ବିଜେପି ରାଜ୍ୟ ନେତୃତ୍ୱ କାହିଁକି ଆଶଙ୍କା ପ୍ରକାଶ କରୁଛି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାର ମଧ୍ୟ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ଓଡିଶାରେ ଦଳମତ ନିର୍ବିଶେଷରେ ଏକାଠି ହେବା ଦରକାର । ରାଜନୈତିକ ବୟାନବାଜି ନକରି ଓଡିଶାର ସ୍ୱାର୍ଥ ପାଇଁ ଏକାଠି ହେବା ଦରକାର ବୋଲି ବିଜେଡି କହିଛି ।

Get real time updates directly on you device, subscribe now.