fbpx

କରୋନା ମୁକାବିଲା ନେଇ ଭିମସାର ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ମନ୍ତ୍ର

ନିଜ ଚିକିତ୍ସା ଶୈଳୀ ଓ ଚକିତ୍ସା କରିବାର ସ୍ପୃହା ପାଇଁ ଲୋକଙ୍କ ଅତି ପସନ୍ଦର ଡାକ୍ତର ହେଉଛନ୍ତି ଅଶ୍ୱିନୀ ପୂଜାହାରୀଙ୍କ ।ପ୍ରଳୟଙ୍କାରୀ କରୋନାର କିଭଳି ମୁକାବିଲା କରିବେ ସେନେଇ ଜନ ସାଧାରଣଙ୍କୁ ଡାକ୍ତର ପୂଜାହାରୀଙ୍କ ଟିପ୍ସ ।

.କରୋନା ଏକ  ଭୂତାଣୁ ।

.ଏହା କେମିତି ସ୍ପ୍ରେଡ୍ ହୁଏ ସେ ନେଇ କାହାକୁ ନିଦ୍ଦିଷ୍ଟ ନଲେଜ୍ ନାହିଁ ।

.ଏହା ଛୁଇବା ଓ ବାୟୁ ଦ୍ୱାରା ବି ବ୍ୟାପୀପାରେ ।

.ଏହାର କୈାଣସି ଭ୍ୟାକ୍ସିନ୍ ନାହିଁ ।

.ଏନେଇ କିଛି ସ୍ୱତନ୍ତ୍ର ଚିକିତ୍ସା ବି ନାହିଁ ।

ଏହାର ମୁଖ୍ୟତ ୩ ଟି ଷ୍ଟେଜ୍ ରହିଛି ।
୧-ଏହା ଗୋଟିଏ ଲୋକରୁ ଅନ୍ୟକୁ ବ୍ୟାପେ ।
୨-ଏହାକୁ ଇନ୍କ୍ୟୁଡେସନ କୁହାଯାଏ । ବେଳେ ଦେଖାଯାଏ ଯେ କିଛି ଲୋକଙ୍କ ପାକରେ କରୋନା ସଂକ୍ରମଣ ଥିବ ।ତାଙ୍କ ଦ୍ୱାରା ଅନ୍ୟକୁ ବ୍ୟାପିବ ,କିନ୍ତୁ ସଂପୃକ୍ତ ଲୋକ ପାଖରେ ରୋଗର କୈାଣସି ଲକ୍ଷଣ ନଥିବ । ଯାହା ହୁଏତ ତାର ରୋଗପ୍ରତିରୋଧକ ଶକ୍ତିର ଦୃଢ଼ତା ପାଇଁ ସମ୍ଭବ ହୋଇଥାଏ ।ଏପରିକି ସଂପୃକ୍ତ ଲୋକ ଦେହରେ ତିନି ସପ୍ତାହ ଯାଏ ବି ଭୂତାଣୁ ରହିପାରେ ।
୩-ଏହା ପରିବାରଠୁ ପରିବାରକୁ ବ୍ୟାପେ । ଯେପରି ଇଟାଲୀ ,ସ୍ପେନ୍,ଆମେରିକାରେ ହୋଇଛି । ଏହା ବ୍ୟାପିବା ଉପରେ ଅଙ୍କୁଶ ଲଗାଇବାକୁ ନିୟମିତ ଗାଧାନ୍ତୁ । ହାତ ଧୁଅନ୍ତୁ ।
ଭୂତାଣୁ ପାଟିବାଟେ ପେଟକୁ ଗଲେ ଡାଇରିଆ ହୋଇଥାଏ ବା ବାନ୍ତି ହୋଇଥାଏ । କିନ୍ତୁ ଶ୍ୱାସବାଟେ ଗଲେ ଗଳା ସଂକ୍ରମଣ ହୁଏ । ଗଳା ଫୁଲିଯାଏ ।ସେଥିପାଇଁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୁଏ ।
ଏହାର ଏକମାତ୍ର ଉପାୟ ତିନି ସପ୍ତାହ ଘରେ ଆଇସୋଲେସନ୍ ରେ ରୁହନ୍ତୁ । ରାଜ୍ୟ ସରକାର ଏଥିପାଇଁ ସମସ୍ତ ଚେଷ୍ଠା କରୁଛନ୍ତି ।କିନ୍ତୁ ଲୋକଙ୍କ ସହଯୋଗ ମିଳୁନି ।ଏଥିପାଇଁ ସମସ୍ତଙ୍କୁ ଅନୁରୋଧ ସରକାରଙ୍କ ନିୟମ ମାନନ୍ତୁ । ତାଛଡା ଭାରତର ଜନସଂଖ୍ୟା କୁ ଦେଖିଲେ ହୋମ୍ ଆଇସୋଲେସନ ଯଥେଷ୍ଟ ନୁହେଁ । କାରଣ ପ୍ରାୟ ବହୁ ଲୋକ ୮/୪ ର ଗୋଟିଏ ଘରେ ହିଁ ରହୁଛନ୍ତି ।ଛୋଟ ଘରେ ତିନି ଚାରିଜଣ ରହିଲେ ରୋଗ ସଂକ୍ରମିତ ହେବାର ଆଶଙ୍କା ଅଧିକ ।
ତେଣୁ ଆଇସେଲେସନ ପାଇଁ କମ୍ୟୁନିଟି ଆଇସୋଲେସନ ସେଣ୍ଟରକୁ ବାଛନ୍ତୁ । ସାମାନ୍ୟ ସାବଧାନତାରୁ ବିପଦକୁ ଏଡାଇଦିଆଯାଇପାରେ ।

 

Get real time updates directly on you device, subscribe now.