fbpx
BJD
BJD SKY
BJD SKY

୧୦୦ଟପିଲା ଭାରତରେ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୬ା୪: ନୂଆଦିଲ୍ଲୀ, ୫ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୪ହଜାର ଟପିଛି । ୪୦୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୯୨ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୩୬୬୬ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ୪୫ ଜଣଙ୍କର ମୃତ୍ୟୁ ହୋଇସାରିଛି ।
ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୬୯ହଜାର ୪୨୮ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୨ହଜାର ୯୫୩ ଅଛନ୍ତି । ସୁସ୍ଥ ହୋଇ ୨ଲକ୍ଷ ୬୨ହଜାର ୩୩୧ଜଣ ଘରକୁ ଫେରିଛନ୍ତି ।
ଇଟାଲୀରେ ସର୍ବାଧିକ ୧୫ ହଜାର ୮୮୭ ଜଣ, ସ୍ପେନରେ ୧୨ ହଜାର ୬୪୧, USAରେ ୯୬୧୬, ଫ୍ରାନ୍ସ ୮୦୭୮, ଇରାନରେ ୩୬୦୩, ଚୀନରେ ୩୩୩୧ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.