fbpx

ମାତ୍ର ୫ମିନିଟରେ କରେନା ଟେଷ୍ଟ୍

କରୋନା ମୁକାବିଲା ପାଇଁ ସମସ୍ତେ ତତ୍ପର । ଆକ୍ରନ୍ତ ଓ ଆ୍ରକାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସଭିଙ୍କର ଘନଘନ ଟେଷ୍ଟ କରାଯାଉଛି । କିନ୍ତୁ ରିପୋର୍ଟ ଆସିବାରେ ବିଳମ୍ବ ଅଧିକ ଚିନ୍ତା ଜନକ ପରିସ୍ଥତି ସୃଷ୍ଟି କରିଥିଲା ।ଏବେ ଏଥିରେ ଆହୁରି ତତ୍ପରତା ଦେଖାଇଛନ୍ତି ସରକାର । ଏବେ ମାତ୍ର ୫ମିନିଟରେ ଟେଷ୍ଟର ରିପୋର୍ଟ ଆସିଯିବ ।ସରକାର ରା଼ପୀଡ଼ ଡାଇନାମିକ୍ ଟେଷ୍ଟ ପାଇଁ ଗାଇଡ୍ ଲାଇନ୍ ନିଦ୍ଧାରଣ କରିଛନ୍ତି । କିନ୍ତୁ ଏହା ପ୍ରଥମେ ସେହି ଜିଲ୍ଲାମାନଙ୍କରେ କରାଯିବ ଯେଉଁ ଅଂଚଳ ଗୁଡିକୁ ହଟସ୍ପଟ୍ ଭାବେ ନିର୍ଦ୍ଧାରଣ କରାଯାଇଛି ।ପ୍ରାଥମିକ ଭାବେ ଦେଶର ୨୭୪ ଜିଲ୍ଲାକୁ ଏଥିପାଇଁ ଚିହ୍ନଟ କରାଯାଇଛି ।ଯେଉଁ ଜିଲ୍ଲା ମାନଙ୍କରେ ଗତ ୨୪ ଗଣ୍ଟାରେ ୫୦୦ରୁ ଅଧିକ ପଜେଟିଭ୍ ରିପୋର୍ଟ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ତବଲିଗି ଜମାତ୍ ପୂର୍ବରୁ ଦେଶରେ ୭ଦଶମିକ ୪ ଦିନରେ ଦୁଇଗୁଣା ରିପୋର୍ଟ ଆସୁଥିଲା ।ଏବେ ତାହା ବୃଦ୍ଧି ପାଇ ୪ ଦଶମିକ ୧ ଦିନରେ ଦୁଇଗୁଣିତ ହୋଇଛି ।

Get real time updates directly on you device, subscribe now.