fbpx

ହାତକଡି ପିନ୍ଧି କୋଭିଡ ହସ୍ପିଟାଲରେ ମଦ ପିଉଥିଲେ ସଂକ୍ରମିତ, ଫଟୋ ଭାଇରାଲ ପରେ ନିଆଗଲା ଏପରି ପଦକ୍ଷେପ

ଗୋଟିଏ ପଟେ ସାରା ବିଶ୍ୱ କରୋନା ମହାମାରୀ ଯୋଗୁଁ ସମସ୍ୟାରେ ଥିବା ବେଳେ ଅପରାଧୀମାନେ ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଏହାର ଲାଭ ଉଠାଉଛନ୍ତି । ସେହିଭଳି ଏକ ଦୃଶ୍ୟ ଝାଡଖଣ୍ଡ ଧନବାଦରେ ଗୋଟିଏ କୋଭିଡ ହସ୍ପିଟାଲରେ ଦେଖିବାକୁ ମିଳିଛି । ସେଠାରେ ଜଣେ କରୋନା ରୋଗୀ ନିଜ ୱାର୍ଡରେ ମଦ ଓ କବାବର ମଜା ନେଉଥିବାର ଫଟୋ ଭାଇରାଲ ହୋଇଛି ।

କୋଭିଡ –୧୯ ହସ୍ପିଟାଲରେ ମଦ୍ୟ ପାନ କରିବା ଓ ଫଟୋ ଭାଇରାଲ କରିବା ଆରୋପରେ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଏଫଆଇଆରରେ ରିର୍ପୋଟ ଦାଖଲ ହୋଇଛି । ଭାଇରାଲ ହୋଇଥିବା ଫଟୋରେ ଅଭିଯୁକ୍ତ ଜଣକଙ୍କ ହାତରେ ପୋଲିସଙ୍କର ହାତକଡି ଲାଗି ରହିବା ସତ୍ତେ୍ୱ ସେ ମଦ ବୋତଲକୁ ଧରି ଫଟୋ ଉଠାଇ ଭାଇରାଲ କରିଛନ୍ତି । ସିଏମ ନିର୍ଦ୍ଦେଶ ଦେବା ପରେ ଡିସି ଏହି ମାମଲାର ତଦନ୍ତ କରିଥିଲେ ଓ ପରେ ଏଏସଆଇଙ୍କ ସମେତ ଆଠ ଜଣଙ୍କୁ ସସପେଣ୍ଡ କରିଥିଲେ । ତେବେ ଅଭିଯୁକ୍ତ ସଣ୍ଟୁ ଗୁପ୍ତାଙ୍କର ଦ୍ୱିତୀୟ ଥର କୋଭିଡ-୧୯ ଟେଷ୍ଟର ରିର୍ପୋଟ ନେଗେଟିଭ ଆସିବାରୁ ତାଙ୍କୁ ସେହି ଦିନ ରାତିରେ ହିଁ ଧନବାଦ ଜେଲକୁ ପଠା ଯାଇଥିଲା । ତେବେ ପୋଲିସ ନଜରରେ ସେଠାରେ ଚିକିତ୍ସା ପାଇଁ ଯାଇଥିବା ଅପରାଧୀକୁ ମଦ ଓ ଏତେ ପରିମାଣର ଖାଦ୍ୟ କିଏ ଯୋଗାଇଲା ବୋଲି ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.