fbpx

ଲଗାତାର ବଢ଼ୁଛି ସଂକ୍ରମଣ: ୨୪ ଘଣ୍ଟାରେ ୩୧୫୭ ମାମଲା ଚିହ୍ନଟ

Advertisement

ନୂଆଦିଲ୍ଲୀ: ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୫୭ ନୂଆ ମାମଲା ଚିହ୍ନଟ ହୋଇଛି । ଅବଶ୍ୟ ରବିବାର ତୁଳନାରେ ଏହା ୫.୦% କମ୍ । ରବିବାର ଦିନ ୩୩୨୪ ମାମଲା ସାମ୍ନାକୁ ଆସିଥିଲା । ଦେଶରେ ଏବେ ଆକ୍ଟିଭ ମାମଲା ୧୯.୦୦୦କୁ ବୃଦ୍ଧି ପାଇଛି ।

ତେବେ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୧୪୮୫ କେସ୍ ଚିହ୍ନଟ ହୋଇଛି । ଏହା ସହ ହରିୟାଣାରୁ ୪୭୯, କେରଳରୁ ୩୧୪, ଉତ୍ତରପ୍ରଦେଶରୁ ୨୬୮ ଓ ମହାରାଷ୍ଟ୍ରରୁ ୧୬୯ ମାମଲା ଚିହ୍ନଟ ହୋଇଛି ।

ଦେଶରେ କରୋନାର ସୁସ୍ଥ ହାର ୯୮.୭୪% ହୋଇଛି । ଗତ ୨୪ ଘଣ୍ଟାରେ ୨୭୨୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ବର୍ତ୍ତମାନ ସୁଦ୍ଧା ୪,୨୫,୩୮,୯୭୬ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ବଢ଼ୁଥିବା କରୋନା ମାମଲାକୁ ଦେଖି ଲୋକଙ୍କ ମନରେ ପୁଣି ଛାନିଆ ପଶିଛି ।

Get real time updates directly on you device, subscribe now.