fbpx
BSKY
BJD MC SKY
BJD YOUTH SKY

ଆପଣଙ୍କ ମୋବାଇଲ୍ ସ୍କ୍ରିନ୍ ଉପରେ କରୋନା ଭାଇରସ୍ ଅଛି କି ନାହିଁ, ଜାଣିବା ପାଇଁ କରନ୍ତୁ ଏହି ଟେଷ୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ ପ୍ରକୋପ ସାରା ବିଶ୍ୱରେ ରହିଥିବା ବେଳେ ଟିକାକରଣକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଭାଇରସ୍ ଠାରୁ ଦୂରେଇ ରହିବାକୁ ପାଇଁ ମାସ୍କ ପିନ୍ଧିବା, ସାମଜିକ ଦୂରତା ଅବଲମ୍ବନ କରିବା ଏବଂ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଟେଷ୍ଟିଂ କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । କାରଣ ସଂକ୍ରମିତ ବ୍ୟକ୍ତିଙ୍କ ଆଖପାଖରେ ମଧ୍ୟ କରୋନା ଭାଇରସ୍ ରହିଥାଏ । ଏଥିମଧ୍ୟରୁ ଆପଣଙ୍କ ଫୋନ୍ କିପରି ବାଦ୍ ପଡପାରିବ । ସେଥିରେ ମଧ୍ୟ ଭାଇରସ୍ ରହିଥାଇପାରେ । ତେଣୁ ଏହା ଜାଣିବା ପାଇଁ ବୈଜ୍ଞାନିକ ମାନେ ଏକ ନୁତନ ଟେକ୍ନୋଲୋଜି ବିକଶିତ କରିଛନ୍ତି । ଯାହାଦ୍ୱାରା ଆପଣଙ୍କ ମୋବାଇଲ୍ ସ୍କ୍ରିନ୍ ରେ ଭାଇରସ୍ ରହିଛି କି ନାହିଁ ତାହା ଜାଣିପାରିବେ ।

ଆମେ ଭଲ ଭାବରେ ଜାଣିଛେ ଯେ, ସଂକ୍ରମିତ ବ୍ୟକ୍ତି କାଶିବା ଦ୍ୱାରା କିମ୍ବା ଛିଙ୍କିବା ଦ୍ୱାରା ବାହାରୁଥିବା ଡ୍ରପଲେଟ୍ ରୁ ଭାଇରସ୍ ବ୍ୟାପିଥାଏ । ତେବେ ଆପଣ ମାନେ ଦିନରୁ ଦିନ ସାରା ଫୋନ୍ କୁ ବ୍ୟବହାର କରୁଛନ୍ତି । ତେଣୁ ଏଥିରୁ ଭାଇରସ୍ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି । ଏହି ସମୟରେ ଫୋନ୍ ସ୍କ୍ରିନ୍ ରେ ଭାଇରସ୍ ରହିଛି କି ନାହିଁ କିପରି ଜାଣିବେ ? ଏହି କଥାକୁ ଦୃଷ୍ଟିରେ ରଖି ଫୋନ୍ ସ୍କ୍ରିନ୍ ଟେଷ୍ଟିଂକୁ ବିକଶିତ କରାଯାଇଛି । ଏହାକୁ ନେଇ ବୈଜ୍ଞାନିକ ମାନଙ୍କ କହିବା କଥା ଯେ, ନାକ ଓ ପାଟିରୁ ସ୍ୱାବ୍ ନେଇ ଟେଷ୍ଟ କରିବା ଠାରୁ ଏହା ବେଶି ସହଜ ।

ଅଧ୍ୟୟନ ଅନୁଯାୟୀ, ସଂକ୍ରମିତ ବ୍ୟକ୍ତିଙ୍କ ମୋବାଇଲ୍ ଫୋନରେ ଭାଇରସ୍ ରହିବା ସ୍ୱାଭାବିକ ଏବଂ ଅନେକ ଅଧ୍ୟୟନରୁ ଏହାର ଦୃଢ଼ ପ୍ରମାଣ ମିଳିଛି । ଏହି ଅଧ୍ୟୟନରେ ସମୁଦାୟ ୫୪୦ ଜଣଙ୍କର ଫୋନ୍ ସ୍କ୍ରିନ୍ ଟେଷ୍ଟ ଏବଂ ଆରଟିପିସିଆର୍ ଟେଷ୍ଟ କରାଯାଇଥିଲା । ସଠିକ୍ ଫଳାଫଳ ପାଇବା ପାଇଁ ଏହି ଦୁଇଟି ପରୀକ୍ଷା ବିଭିନ୍ନ ଲ୍ୟାବରେ ହୋଇଥିଲା । ଫଳାଫଳରେ, ଏହା ଦେଖାଗଲା ଯେ ସ୍କ୍ରିନ୍ ପରୀକ୍ଷା ପ୍ରାୟ ୧୦୦ ପ୍ରତିଶତ ସଠିକ୍ ଅଟେ । ଏଥି ସହିତ, ଯେଉଁମାନଙ୍କର ନିମ୍ନ ସ୍ତରର ସଂକ୍ରମଣ ଥିଲା, ଏହାର ସଫଳତା ହାର ୮୧.୩ ପ୍ରତିଶତ ଥିଲା । ନେଗେଟିଭ୍ ଲୋକଙ୍କୁ ଚିହ୍ନଟ କରିବାରେ ମଧ୍ୟ ଫୋନ୍ ସ୍କ୍ରିନ୍ ପରୀକ୍ଷା ୯୮.୮ ପ୍ରତିଶତ ସଠିକ୍ ବୋଲି ଜଣାପଡିଛି । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ଏହି ଟେକ୍ନୋଲୋଜୀକୁ ବଡ଼ ଆକାରରେ କରୋନା ପରୀକ୍ଷା କରିବା ପାଇଁ ବ୍ୟବହାର କରାଯାଇପାରିବ । ରିପୋର୍ଟ ଅନୁଯାୟୀ, ଏହି ଟେକ୍ନୋଲୋଜୀରେ ସ୍ମାର୍ଟଫୋନର ସ୍କ୍ରିନରୁ ନମୁନାକୁ ନେଇ ସାଲାଇନ୍ ୱଟର୍ ରେ ରଖାଯାଏ ଏବଂ ଏହାପରେ ଏହାକୁ ସାମାନ୍ୟ ଆରଟିପିସିଆର୍ ଟେଷ୍ଟ ପ୍ରକ୍ରିୟାରେ ପରୀକ୍ଷା କରାଯାଏ ।

Get real time updates directly on you device, subscribe now.