fbpx

ଭାରତ ଅପେକ୍ଷା ପାକିସ୍ତାନରେ ଦ୍ରୁତ ଗତିରେ ବଢୁଛି କରୋନା

ପାକିସ୍ତାନରେ କରୋନା ଭାଇରସ୍ କ୍ରମାଗତ ଭାବେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଗତ ୩-୪ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ୨୦୦ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ବର୍ତ୍ତମାନ ସିନ୍ଧ,ଇସଲାମବାଦଓ ଖୈବର-ପାଖନଖୱାଠାରେ ନୂଆ ମାମଲା ଆସିବା ପରେ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ରୁ ଅଧିକ ବଢିଯାଇଛି ।

ଏହାର ଅର୍ଥ କରୋନା ମାମଲାରେ ପାକିସ୍ତାନ ନିଜର ପଡୋଶୀ ଦେଶ ଭାରତକୁ ପଛରେ ପକାଇ ଦେଇଛି । ଭାରତରେ ମାର୍ଚ୍ଚ ୧୮ ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୫୯ଟି ମାମଲାର ସାମନାକୁ ଆସିଥିଲା । ଦି ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ମୁତାବକ, ପାକିସ୍ତାନର ସିନ୍ଧ ପ୍ରଦେଶରେ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.