fbpx

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀମନ୍ଦିର ଟଙ୍କା

ପୁରୀ,୧୯ ।୩(ଓଡିଶା ଭାସ୍କର): ସଙ୍କଟରେ ଚାଲିଥିବା ୟେସ୍ ବ୍ୟାଙ୍କର ବ୍ୟାଙ୍କିଂ ସେବା ଗତକାଲିଠାରୁ ସ୍ୱାଭାବିକ ହୋଇଛି । ଏହାରି ମଧ୍ୟରେ ବ୍ୟାଙ୍କରୁ ଫେରିଆସିଛି ଜଗନ୍ନାଥଙ୍କ ଜମା ଟଙ୍କା । ଶ୍ରୀମନ୍ଦିରର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଫେରିଛି ବୋଲି ଜଣାପଡିଛି । ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି । ୧୫୬ କୋଟି ଟଙ୍କାର ଅନ୍ୟ ୨ଟି ସ୍ଥାୟୀ ଜମା ମାର୍ଚ୍ଚ ୩୦ରେ ମିଳିଯିବ ।

Get real time updates directly on you device, subscribe now.