fbpx

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୨କୁ ବୃଦ୍ଧି

ନୂଆଦିଲ୍ଲୀ, ୧୮ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସାରା ବିଶ୍ୱରେ କରୋନାରେ ୮୦୦୦ ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଏହାସହ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାରେ ଦେଶରେ ବର୍ତ୍ତମାନ୧୫୨ଜଣ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ବିଦେଶରେ ଥିବା ୨୭୬ ଭାରତୀୟ କରୋନାରେ ଆକ୍ରାନ୍ତ ଅଛନ୍ତି । ଇରାନରେ ସର୍ବାଧିକ ୨୫୫ ଭାରତୀୟ କରୋନାରେ ଆକ୍ରାନ୍ତ ଅଛନ୍ତି । ସେହିପରି ୟୁଏଇରେ ୧୨ଜଣ, ଇଟାଲିରେ ୫ ଓ ହଂକହ, କୁଏତ, ରୁଆଣ୍ଡ ଓ ଶ୍ରୀଲଙ୍କାରେ ଜଣେ ଲେଖାଏଁ ଭାରତୀୟ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.