fbpx

ପଞ୍ଜୀକୃତ ହେଲେ ନବୀନଙ୍କ ଭଉଣୀ ଗୀତା

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ଯୋଗୁ ଲୋକମାନଙ୍କ ମନରେ ଭୟର ଆତଙ୍କ ସୃଷ୍ଟ ହେବାରେ ଲାଗିଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ବିଦେଶରୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ମଧ୍ୟ ପଞ୍ଜୀକୃତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୱେବସାଇଟରେ ହିଁ ଗୀତା ପଞ୍ଜୀକରଣ କରିଥିବା ଜଣାପଡିଛି ।

ଏହା ସହ ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । covid19.odisha.gov.in ରେ ଏନେଇ ସମସ୍ତ ତଥ୍ୟ ଦିଆଯାଇଛି । ଏହା ମାଧ୍ୟମରେ ତଥ୍ୟ ଦେଲେ ସମସ୍ତେ ସୁରକ୍ଷିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.