fbpx

୪କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୬୦,୧୬୧,୧୬୨ ଓ ୧୬୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୧୬୦ନମ୍ବର ଆକ୍ରାନ୍ତ ଝାରସୁଗୁଡ଼ା ଲଖନପୁରର ୪୦ବର୍ଷିୟ ମହିଳା । ୨୨ମାର୍ଚ୍ଚରୁ ସେ ୨୦ଏପ୍ରିଲ ଯାଏ ସେ ଘରେ ଥିଲେ । ୨୧ରୁ ୨୪ଏପ୍ରିଲ ଯାଏ ବନ୍ଧପାଲି ଓ ପରେ ଜିଲ୍ଲା ସ୍ୱାସ୍ଥ୍ୟ ମେଡ଼ିକାଲକୁ ଯାଇଥିଲେ । ୨୪ରୁ ୨୬ ଏପ୍ରିଲ ଯାଏ ବନ୍ଧପାଲିରେ ସମ୍ପର୍କୀୟଙ୍କ ଘରେ ଥିଲେ । ୨୭ ଏପ୍ରିଲରୁ ହୋମ୍ କ୍ୱାରେଣ୍ଟିନରେ ଥିଲେ । ୧୬୧ ନମ୍ବର ଆକ୍ରାନ୍ତ ବାଲେଶ୍ୱର ଖଇରାର ୩୪ବର୍ଷିୟ ଯୁବକ । ୨୦ଏପ୍ରିଲରେ ଟ୍ରକରେ କୋଲକାତାରୁ ଫେରିଥିଲେ । ୨୧ଏପ୍ରିଲରୁ ୩ମେ ଯାଏ ସରକାରି କ୍ୱାରେଣ୍ଟିନରେ ଥିଲେ । ୧୬୨ ନମ୍ବର ଆକ୍ରାନ୍ତ କେନ୍ଦୁଝର ହାଟତିହିର ୩୦ବର୍ଷୀୟ ଯୁବକ । ୨୬ମାର୍ଚ୍ଚରେ ଟ୍ରକରେ କୋଲକାତାରୁ ଭଦ୍ରକ ଆସିଥିଲେ । ଭଦ୍ରକରୁ ବାଇକରେ ନିଜ ଗାଁକୁ ଯାଇଥିଲେ । ୨୭ମାର୍ଚ୍ଚରୁ ୩ମେ ଯାଏ ଘରେ ରହିଥିଲେ । ୧୬୩ ନମ୍ବର ଆକ୍ରାନ୍ତ ରାଉରକେଲା ନାଲାରୋଡ଼ ୨୯ବର୍ଷିୟ ମହିଳା । ୨୨ଏପ୍ରିଲରୁ ମେ ଯାଏ ଘରେ ଥିଲେ । ତାଙ୍କ ସହ ମିଶିଥିବା ତାଙ୍କ ପିଲା ବାହାରକୁ ଖେଳିବାକୁ ଯାଇଛନ୍ତି ଓ ମହିଳାଙ୍କ ସ୍ୱାମୀ ବାରମ୍ବାର ବ୍ୟାଙ୍କକୁ ଯାଇଛନ୍ତି ।

Get real time updates directly on you device, subscribe now.