fbpx

କ୍ୱାରେଣ୍ଟାଇନରେ ଆକ୍ରାନ୍ତଙ୍କ ବଂଶୀ ଶୁଣି ଝୁମିଉଠିଲେ ଲୋକ, ଦେଖନ୍ତୁ ମନମୁଗ୍ଧକର ଭିଡିଓ

କରୋନା ଯୋଗୁଁ ଦେଶର ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଲାଣି । ଏହି ସମୟରେ ଅଧିକାଂଶ ଲୋକ ଘରେ ରହିଥିବା ବେଳେ ଆଉ କେତେକ ଲୋକ କେବଳ ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି । ଏହାରି ମଧ୍ୟରେ ଆସାମର ଏକ କ୍ୱାରେଣ୍ଟାଇନ ସେଣ୍ଟରର ଭିଡିଓ ଭାଇରାଲ ହୋଇଛି । କରୋନା ରୋଗୀମାନେ ନିଜର କଷ୍ଟଦାୟକ ସମୟଙ୍କୁ କିଛିଟା ହାଲକା କରିବା ପାଇଁ ବଂଶୀ ବଜାଇଥିଲେ ଯାହାକୁ ଶୁଣି ଅନ୍ୟ ଆକ୍ରାନ୍ତ ରୋଗୀମାନେ ମନ୍ତ୍ରମୁଗ୍ଧ ହୋଇ ନାଚିବାକୁ ଲାଗିଲେ । ଏହି ଭିଡିଓ ଦିନକୁ ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ରୋଗୀଙ୍କ ହାତରେ ବଂଶୀ ଅଛି ଓ ସେ ବହୁତ ଭଲ ବଂଶୀ ବଜାଉଛନ୍ତି । ଏହାକୁ ଶୁଣି ଅନ୍ୟ ରୋଗୀମାନେ ବିଛଣାରୁ ଉଠି ଆସି ବଂଶୀର ତାଳେ ତାଳେ ନାଚିବାରେ ଲାଗିଛନ୍ତି । ଲୋକମାନେ ଆସାମର ଲୋକନୃତ୍ୟ ପରିବେଷଣ କରିଥିଲେ । ଏହି ଭିଡିଓକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି । ତେବେ ଆସନ୍ତୁ ଦେଖିବା ଏହି ଭିଡିଓ…

Get real time updates directly on you device, subscribe now.