fbpx

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୩୫୩୫ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ସଂକ୍ରମଣ ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ଲକଡାଉନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୩୫୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୧୬ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧୯ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୧୧ ହଜାର ୭୮୦ ରହିଥିବା ବେଳେ ୪୭ ହଜାର ୭୯୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.