fbpx

WTC ଫାଇନାଲ: ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ବିଜୟ ଉଭୟ କ୍ୟାପଟେନ୍‌ଙ୍କ ପାଇଁ ବଡ଼ ଚାଲେଞ୍ଜ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର) : ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଜିଣିବା ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ବଡ ଚାଲେଞ୍ଜ ଓ ଆହ୍ୱାନ । କାରଣ ଆଇସିସି ପକ୍ଷରୁ ଆରମ୍ଭ ହୋଇଥିବା ଏହି ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲ ଜିଣିବା ବଡ ସମ୍ମାନର ପ୍ରଶ୍ନ ।

ଅନ୍ୟ ପକ୍ଷରେ ଇଂଲଣ୍ଡ ମାଟିରେ ନ୍ୟୁଜିଲାଣ୍ଡ କେବେ ବିଶ୍ୱକପ ଜିଣିବା ସମ୍ଭବ ହୋଇ ପାରି ନାହିଁ । ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଠାରୁ ହାରି ଯାଇଥିଲା । ସେହିରି ୨୦୧୫ ଦିନିକିଆ ବିଶ୍ୱକପ ଫାଇନାଲରେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିବା ବେଳେ ବିଶ୍ୱକପ୍‌ ଜିଣିବା ସ୍ୱପ୍ନ ଅଧୁରା ରହିଛି ।

ଭାରତ ୧୯୮୩ରେ ଇଂଲଣ୍ଡରେ ଅନୁଷ୍ଠିତ ତୃତୀୟ ଦିନିକିଆ ବିଶ୍ୱକପ ଜିଣିଥିଲା । ମାତ୍ର ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିବାରୁ ଏହି ମ୍ୟାଚରେ ବିଜୟୀ ହେଲେ ସେହି ପରାଜୟ ପ୍ରତିଶୋଧ ନେବ ।

Get real time updates directly on you device, subscribe now.