fbpx

ଓଡ଼ିଶାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ଓଡ଼ିଶାରେ ଆଜି ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି ସୂଚନା ଦେଇଛନ୍ତି । ସେ କହିଛନ୍ତି ନିକଟରେ ଇଟାଲିରୁ ଫେରିଥିବା ୩୩ବର୍ଷିୟ ଯୁବକ କରୋନାରେ ସଂକ୍ରମିତ ହୋଇଛନ୍ତି । ଯୁବକ ଜଣକ ଇଟାଲିରେ ଗବେଷଣା କରୁଥିଲେ, ସେ ବର୍ତ୍ତମାନ କରୋନାରେ ସଂକ୍ରମିତ ଅଛନ୍ତି । ଇଟାଲୀରୁ ଫେରି ଦିଲ୍ଲୀକୁ ଆସି ମାର୍ଚ୍ଚ ୧୨ରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ପରେ ସନ୍ଦିଗ୍ଧ ଭାବେ୧୩ରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ମାର୍ଚ୍ଚ ୧୪ରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରାଯାଇଥିଲା । ତାଙ୍କର ପଠାଯାଇଥିବା ସ୍ୱାବ ବତ୍ତର୍ମାନ ପଜିଟିଭ ଆସିଛି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଆଇସି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

Get real time updates directly on you device, subscribe now.