fbpx

ପିଛା ଛାଡୁନି କରୋନା ,ଜଣଙ୍କର ୧୯ ଥର ଟେଷ୍ଟରେ ସବୁଥର କରୋନା ପଜେଟିଭ

ଭୁବନେଶ୍ୱର:୨୨ ।୪(ଓଡିଶା ଭାସ୍କର):ମହିଳାଙ୍କ ପିଛା ଛାଡୁନି କରେନା । ମେଡିକାଲରେ ବିତିଲାଣି ୪୨ ଦିନ । ହେଲେ ସୁସ୍ଥ ହେବାର ନାଁ ଧରୁନାହାନ୍ତି । ମେଡିସିନ ,ଇନଜେକସନ ସବୁ ଚାଲିଛି । ପ୍ରତି ଦୁଇ ଦିନରେ ଥରେ ସ୍ୱାବ ପରୀକ୍ଷା କରାଯାଉଛି । ହେଲେ ସବୁଥର ରିପୋର୍ଟ ପଜେଟିଭ ହିଁ ଆସୁଛି । କେରଳର ଏହି ରୋଗୀ ଜଣକ ଏବେ ଡାକ୍ତରଙ୍କ ପାଇଁ ଚ୍ୟାଲେଂଜ ପାଲଟିଛନ୍ତି । କେରଳର ଏହି ୬୨ ବର୍ଷୀୟ ମହିଳା ଏକ ଇଟାଲୀ ଫେରନ୍ତା ପରିବାର ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିଲେ ।ସେବେ ଠାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ଭିତରେ ୧୯ ଥର ତାଙ୍କ ସ୍ୱାବ ପରୀକ୍ଷା ସରିଲାଣି । ସବୁଥର ରିପୋର୍ଟ ପଜେଟିଭ ଆସୁଛି । ଡାକ୍ତରଙ୍କ କହିବା ଅନୁଯାୟୀ କରୋନାର କୈଣସି ଲକ୍ଷଣ ତାଙ୍କ ଠାରେ ଦେଖାଯାଉନାହିଁ । ତଥାପି ତାଙ୍କ ରିପୋର୍ଟ ବାରମ୍ବାର ପଜେଟିଭ ଆସିବା ଆମକୁ ଚକିତ କରୁଛି ।

Get real time updates directly on you device, subscribe now.