fbpx

ଚୀନକୁ ପୁଣି ଫେରିଲା କରୋନା, ଲଣ୍ଡ୍ରି ମାଧ୍ୟମରେ ବ୍ୟାପିଚାଲିଲା

ଚୀନରେ ସ୍ଥିତି ସୁଧାରିବା ପରେ ପୁଣି ଥରେ କରୋନା ସଙ୍କଟ ଫେରିଛି । ଋଷିଆର ସୀମା ନିକଟସ୍ଥ ଜିଲିନ୍ ପ୍ରାନ୍ତର ସୁଲାନ ସହରରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ୍ ସରକାର ବିଳମ୍ବ ନକରି ସହରରେ ଲକ୍-ଡାଉନ୍ ଲାଗୁ କରିଛନ୍ତି । ଏହା ସହିତ ଯାତାୟତ କରିବା ନେଇ ଅନେକ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି । ସୁଚନା ମିଳିଛି କି ଏହି ସଂକ୍ରମଣ ଗୋଟିଏ ଉତ୍ସରୁ ବ୍ୟାପିଛି ଓ ବର୍ତ୍ତମାନ ସୁଦ୍ଧା କେତେଜଣଙ୍କୁ ଏହା ସଂକ୍ରମିତ କରିଛି, ସେନେଇ ତଦନ୍ତ ଜାରି ରହିଛି ।

ମିଳିଥିବା ଖବର ମୁତାବକ, ସଂକ୍ରମଣର ସମସ୍ତ ମାମଲା ଏକ ଲଣ୍ଡ୍ରି ସହ ଜଡିତ, ଯାହାକୁ ଜଣେ ମହିଳା ପରିଚାଳନା କରୁଥିଲେ । ସଂକ୍ରମିତ ହୋଇଥିବା ସମସ୍ତ ବ୍ୟକ୍ତି ଏଠାରେ ନିଜର ପୋଷାକ ସଫାକରିଥିଲେ । ତେବେ ମହିଳା ଜଣଙ୍କର କୌଣସି ଗସ୍ତ ବିବରଣୀ ନାହିଁ । ମହିଳାଙ୍କ ଠାରୁ ତାଙ୍କ ପତି, ଭଉଣୀ ଓ ପରିବାର ଅନ୍ୟ କିଛି ସଦସ୍ୟଙ୍କୁ କରୋନା ସଂକ୍ରମଣ କରିଛି ।

Get real time updates directly on you device, subscribe now.