fbpx

ନିଜ ଯୁଦ୍ଧ ଜାହାଜକୁ କ୍ଷେପଣାସ୍ତ୍ର ଛାଡିଲା ଇରାନ୍, ୪୦ରୁ ଅଧିକ ମୃତ୍ୟୁ ହୋଇଥିବା ଆଶଙ୍କା

ଇରାନ ନିଜ ଯୁଦ୍ଧ ଜାହାଜ ଉପରକୁ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଛି, ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଡେଲି ମେଲର ରିପୋର୍ଟ ମୁତାବକ, ଇରାନ୍ ଭୁଲ ଭାବରେ ଓମାନ ସାଗରରେ ନିଜ ଯୁଦ୍ଧ ଜାହାଜକୁ ଟାଗେର୍ଟ କରିଥିଲା । ଏହି ଆକ୍ରମଣ ଯୋଗୁଁ ଯୁଦ୍ଧ ଜାହାଜଟି ସମୁଦ୍ରରେ ବୁଡିଯାଇଛି । ସ୍ଥାନୀୟ ଗଣମାଧ୍ୟମରୁ ଜଣାପଡିଛି କି, ଆକ୍ରମଣ ପରେ ପ୍ରାୟ ୪୦ ନୌସେନା କର୍ମଚାରୀ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନୌସେନାର ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଜାହାଜ ଉପରକୁ ସି-୮୦୨ ନୁର କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଇରାନ ସରକାରଙ୍କ ପକ୍ଷରୁ ଏହି ବିଷୟରେ କୌଣସି ତଥ୍ୟ ଦିଆଯାଇନାହିଁ ।

Get real time updates directly on you device, subscribe now.