fbpx

ସାବଧାନ ! ସୁସ୍ଥ ହେଲା ପରେ ବି ପୁଣି ଗ୍ରାସିବ କେରାନା !

ଭୁବନେଶ୍ୱର, ୧୨ ।୪(ଓଡ଼ିଶା ଭାସ୍କର):କରେନାକୁ ନେଇ ବିଶ୍ୱସାରା ଅନକେ ଅନେକ ପ୍ରଶ୍ନ । କେଉଁଠୁ ଆସିଲା ,କିପରି ବ୍ୟାପିଲା ସେନେଇ ସୂଚନା ଏବେ ବି ସନ୍ଦେହ ଘେରରେ । ପୁଣି କରେନାର ଟୀକା କଣ ସେନେଇ ବି ଦ୍ୱନ୍ଦ । ଏବେ ଆଉ ଏକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ତାହା ହେଉଛି କଣ ଥରେ କରେନା ହେଲେ ଦ୍ୱିତୀୟ ଥର ହେବନି ? ବିଶ୍ୱକଥା ଛାଡନ୍ତୁ ଯଦି ଓଡିଶା କଥା ଦେଖିବା ରାଜ୍ୟରେ ୫୪ କରେନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସଂକ୍ରମଣ ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଆହୁରି ୩୫ଜଣ ଆକ୍ରାନ୍ତଙ୍କ ଠାରେ ରୋଗର ଲକ୍ଷଣ ଦେଖାଯାଉନାହିଁ । ତେଣୁ ଗୋଟେ ପ୍ରକାର ସେମାନେ ବି କରେନା ମୁକ୍ତ । ଏହି ଗ୍ରାଫ୍ କୁ ଦେଖିଲେ ଲାଗୁଛି କରେନା ଆମର କିଛି କରିପାରିବନି । ଆପଣ ଆକ୍ରାନ୍ତ ହେବେ ଆଉ ସୁସ୍ଥ ହୋଇ ଘରକୁ ପେରିବେ । କିନ୍ତୁ ଏହା ଭାବିବା ଭୁଲ୍ ଯେ କରେନା ଥରେ ହୋଇ ଛାଡିଗଲେ ଦ୍ୱିତୀୟ ଥର ହେବନି । ଆମ ରାଜ୍ୟରେ ସାଧାରଣରେ ଧାରଣା ଅଛି ଥରେ ହାଡଫୁଟି ହେଲେ ଦ୍ୱିତୀୟ ଥର ହୁଏ ନାହିଁ । କିନ୍ତୁ କରେନା କ୍ଷେତ୍ରରେ ଏଭଳି ହୁଏ ନାହିଁ । ଆପଣ କରେନା ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ବି ଦ୍ୱିତୀୟ ଥର ସଂକ୍ରମିତ ହୋଇପାରନ୍ତି । ତେଣୁ ସାବଧାନ ।ଦକ୍ଷିଣକୋରିଆର ଜଣେ ଜଣେ କରେନା ସଂକ୍ରମିତଙ୍କ କ୍ଷେତ୍ରରେ ଠିକ୍ ଏଭଳି ଘଟଣା ଘଟିଛି । ବ୍ୟକ୍ତି ଜଣକ ଥରେ ସଂକ୍ରମଣରୁ ମୁକ୍ତ ହେବା ପରେ ପୁଣି ସଂକ୍ରମିତ ହୋଇଛନ୍ତି । ତେଣୁ ସାମାଜିକ ଦୂରତା ହିଁ ଏଥରୁ ବଂଚିବାର ଏକମାତ୍ର ରାସ୍ତା ।

Get real time updates directly on you device, subscribe now.