fbpx

ଭୁବନେଶ୍ୱରରେ ଅନ ଲାଇନରେ ମଦଦେବା ନାଁରେ ଲୁଟ୍ ।

ଭୁବନେଶ୍ୱର, ୧୨ ।୪(ଓଡ଼ିଶା ଭାସ୍କର):ଲକ ଡାଉନ୍ ରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହାର ଫାଇଦା ନେବାରେ ବ୍ୟସ୍ତ ଅସାଧୁ । କେଉଁଠି କଳାବଜାରୀ ତ ପୁଣି କେଉଁଠି ଲୁଟ । ଲକ ଡାଉନ୍ ଆରମ୍ଭ ହେବା ଦିନଠୁ ରାଜ୍ୟସାରା ମଦ ଦୋକାନ ସିଲ୍ । କେଉଁଠି ବ୍ଳାକ ରେ ବିକ୍ରି ହେଉଥିଲା ତାକୁ ବି ପୁଲିସ ଜବତ କରିଛି ।ଏଭଳି ଅବସ୍ଥାରେ ସାଇବର ଲୁଟେରାଙ୍କ ମୁଣ୍ଡରେ ଗଜବ ଆଇଡିଆ ଯୁଟିଛି । ଅନ ଲାଇନରେ ମଦ ଦେବା ଆଡ୍ ଦେଉଛନ୍ତି ।ଆପଣ ସେମାନେ ଦେଇଥିବା ନମ୍ବରରେ ଫୋନ କଲେ ମଦର ମୂଲ୍ୟ ଓ ୫୦ ପ୍ରତିଶତ ଜମା କରିବାକୁ କୁହାଯାଉଛି । ବାକି ୫୦ ପ୍ରତିଶତ କ୍ୟାଶ ଅନ ଡେଲିଭରି । ଏହିନୁଆ ସ୍କିମରେ ଫଶିଯାଉଛନ୍ତି ଲୋକେ । ତଥ୍ୟ ଅନୁଯାୟୀ ଗତକାଲି ଜଣେ ସରକାରୀ କର୍ମଚାରୀ ଏହି ଚକ୍କରରେ ନିଜ ୭୦୦ ଟଙ୍କା ହରାଇଛନ୍ତି । ବାବୁ ଜଣକ ନିଜ ଫେସବୁକରେ ସୂରଜ ୱାଇନ ,ପ୍ଳଟ ନଂ –୧ ର ଅନ ଲଇନ୍ ମଦ ଡେଲିଭରି ର ଆଡ ଦେଖିଲେ । ଘରେ ବସି ସୁରାପାନର ମଜା ଉଠାଇବାକୁ ବାବୁ ଜଣକ ସାଇଟ୍ ରେ ଦିଆଯାଇଥିବା ୭୨୩୯୮୦୦୯୦୧ ନମ୍ବରରେ କଲ୍ କଲେ । ଫୋନ ରିସିଭ କରିଥିବା ବ୍ୟକ୍ତି ଜଣକ କେଉଁମଦ ଚାହୁଁଛନ୍ତି ବୋଲି ହିନ୍ଦିରେ ପଚାରିଲେ । ପରେ ମଦର ଦାମ୍ କହିବା ସହ ପେଟିଏମ୍ ମାଧ୍ୟମରେ ୫୦ ପ୍ରତିଶତ ଅଗ୍ରୀମ ଜମା କରିବାକୁ କହିଲେ । ବାବୁ ଜଣକ ୭୦୦ ଟଙ୍କା ଦେଲେ । ହେଲେ ପରେ ମଦ ନା ଫଦ । ବାବୁ ଜଣଙ୍କ ସରକାରୀ ଚାକିରୀଆ ହୋଇଥିବାରୁ ଲୋକଲଜ୍ଜ୍ୟା ଡରରେ ପୋଲିସ୍ ରେ ଅଭିଯୋଗ କଲେ ନାହିଁ । କିନ୍ତୁ ନିରାଶ ମନରେ ସବୁ କଥା ଆମକୁ ଜଣାଇଲେ । ଏହି ଗୋଟିଏ ଉଦାହରଣ ନୁହେଁ ଅନ୍ ଲାଇନ ମଦ ପାଇବା ଚକ୍କରରେ ଭୁବନେଶ୍ୱର ବାସୀ ଏହା ଭିତରେ ଲକ୍ଷ ଲକ୍ଷ ଟଙ୍କା ହରାଇଲେଣି । କିନ୍ତୁ ଏନେଇ ନାଁ ପୋଲିସ ରେ ଅଭିଯୋଗ ହେଉଛି ନାଁ କାର୍ଯ୍ୟନୁଷ୍ଠାନ ।

Get real time updates directly on you device, subscribe now.