fbpx

ଆମେରିକାରେ କୋରୋନା ତାଣ୍ଡବ, ୨୪ ଘଣ୍ଟାରେ ୨ହଜାରରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ, ୧୨ ।୪: ଆମେରିକାରେ କରୋନା ତାଣ୍ଡବ । ପ୍ରଥମ ଦେଶ ଭାବେ ୨୪ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ କରୋନା ଜନିତ ମୃତ୍ୟୁ ଆମେରିକାରେ ଘଟିଛି । ଯାହାକି ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳି ନ ଥିଲା ।ୟୁରୋପରେ ମଧ୍ୟ ତାଣ୍ଡବ ରଚୁଛି କୋରୋନା । ହେଲେ ଗୋଟିଏ ଦିନରେ ୨ ହଜାରରୁ ଅଧିକ ମୃତ୍ୟୁ ପୂର୍ବରୁ କୌଣସି ଦେଶରେ ମଧ୍ୟ ଦେଖିବାକୁ ମିଳିନାହିଁ । ପ୍ରଥମଥର ପାଇଁ ଆମେରିକାରେ ଏପରି କିଛି ସ୍ଥିତି ହୋଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୫ ଲକ୍ଷ ପାର୍ କରିଛି । ମୃତ୍ୟୁ ସଂଖ୍ୟାରେ ୟୁରୋପୀୟ ଦେଶ ଇଟାଲୀଠାରୁ ସାମାନ୍ୟ ପଛରେ ଅଛି ଆମେରିକା । ଏପର୍ୟ୍ୟନ୍ତ ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୮୮୪୯ ରହିଥିବା ବେଳେ ଆମେରିକାରେ ଏହା ରହିଛି ୧୮୭୪୭ । ଅର୍ଥାତ ସମୁଦାୟ ମୃତ୍ୟୁସଂଖ୍ୟାରେ ମଧ୍ୟ ଆମେରିକା ସମସ୍ତ ରେକର୍ଡ କାଟିବାକୁ ଯାଉଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଯେ ସ୍ଥିତି ଦିନେ ଏପରି ହେବ, ତାହା କେହି କଳ୍ପନା କରିନଥିବେ ।

Get real time updates directly on you device, subscribe now.