fbpx
BJD
BJD SKY
BJD SKY

ମାସ୍କ ଜରୁରୀ । କାଶିଲେ ୧୯ ଫୁଟ ଓ ଛିକିଲେ ୨୯ ଫୁଟ ଯିବ ଭୂତାଣୁ ।

BJD

ଭୁବନେଶ୍ୱର,୧୨ ।୪(ଓଡ଼ିଶା ଭାସ୍କର): କରେନା କାୟା ମେଲାଇବା ପରେ ଏବେ ସଭିଙ୍କ ମୁହଁରେ ମାସ୍କ । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି କାହିଁକି ମାସ୍କ ପିନ୍ଧିବା ଜରୁରୀ ? ଅପଣ ଘରେ ରହୁଛନ୍ତି ,ବାହାରକୁ ଗଲା ବେଳେ ସାମାଜିକ ଦୂରତା ରଖୁଛନ୍ତି । ତେବେ ମାସ୍କ କାହିଁକି ? ଚୀନରୁ ଆସିଥିବା ତଥ୍ୟ ଅନୁସାରେ ୬ ଫୁଟ ସାମାଜିକ ଦୂରତା ଯଥେଷ୍ଟ ନୁହେଁ । ଗବେଷକଙ୍କ ଅନୁଯାୟୀ ଅତିକମ୍ରେ ୧୩ ଫୁଟ ଦୂରତା ରଖିବା ବାଧ୍ୟତାମୂଳକ । ୬ ଫୁଟ ପରିବର୍ତ୍ତେ ୧୩ ଫୁଟ ଦୂରତା ରଖିବେ ହେଲେ ମାସ୍କ କାହିଁକ ? ଏନେଇ ଏବେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । କରେନା ସାଧାରଣତ ଡ୍ରପଲିକ ବା କାଶ,ଛିଙ୍କରେ ପଡୁଥିବା କଣିକା ଦ୍ୱାରା ବ୍ୟାପେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣ କାଶିଲେ ଜଳ କଣିକାଟି ୧୯ ଫୁଟ ପର୍ଯ୍ୟନ୍ତ ଯାଇପାରେ । ସେହପରି ଛିଙ୍କିଲେ ଏହା ୨୯ ଫୁଟ ପର୍ଯ୍ୟନ୍ତ ଯାଏ ।ଯାହା କରେନା ବାହକ ଭାବେ କାମ କରେ । ତେଣୁ ଉଭୟ ସୁସ୍ଥ ଓ ଅସୁସ୍ଥ ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ।

Get real time updates directly on you device, subscribe now.