fbpx

କରୋନା ପାଇଁ ଫୁସଫୁସରେ ଦେଖାଯାଉଛି ବଡ଼ କ୍ଷତି: ନଷ୍ଟ ହୋଇଛି ୧୧ ପ୍ରତିଶତ ରୋଗୀଙ୍କ ଫୁସଫୁସ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଅନେକ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ମାମଲା ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି । ସମଗ୍ର ବିଶ୍ୱରେ କରୋନା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ତେବେ କୋଭିଡ ଭାଇରସର ସର୍ବାଧିକ ପ୍ରଭାବ ରୋଗୀର ଫୁସଫୁସରେ ଦେଖିବାକୁ ମିଳିଛି ଏବଂ କରୋନାରେ ଆକ୍ରାନ୍ତ ହେବା ପରେ ରୋଗୀମାନଙ୍କ ଠାରେ ମଧ୍ୟ ଅନେକ ପ୍ରକାରର ଲକ୍ଷଣ ଦେଖାଯାଇଥିଲା । ତେବେ ନିକଟରେ ଆମେରିକାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କରୋନାରେ ପୀଡିତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୧ ପ୍ରତିଶତ ରୋଗୀଙ୍କ ଫୁସଫୁସ ନଷ୍ଟ ହୋଇ ଯାଇଥିଲା ଏବଂ ଫୁସଫୁସରେ ବଡ଼ କ୍ଷତ ଦେଖିବାକୁ ମିଳିଛି ।
କୋଭିଡ ମହାମାରୀରେ ଆକ୍ରାନ୍ତ ରୋଗୀଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନ ଆମେରିକୀୟ ଜର୍ଣ୍ଣାଲ ଅଫ ରେସପିରେଟୋରୀ ଏବଂ କ୍ରିଟିକାଲ କେୟାର ମେଡିସିନେରେ ପ୍ରକାଶିତ ହୋଇଛି । ଅଧ୍ୟୟନ ଅନୁସାରେ କୋଭିଡ ରୋଗୀ ଭିନ୍ନ ଭିନ୍ନ ସ୍ଥିତିରେ ରୋଗର ବିଭିନ୍ନ ଗମ୍ଭୀରତାକୁ ପାଇଥିଲେ । ତେବେ କରୋନାରେ ପିଡ଼ିତ ରୋଗୀ ଡାକ୍ତରଖାନା ଛାଡିବା ପରେ ଅଧିକ ଯତ୍ନର ଆବଶ୍ୟକତା ରହିଛି ।
ଇଣ୍ଟରସ୍ଟିସିଆଲ ଫୁସଫୁସ ରୋଗ କଣ?
ଇଣ୍ଟରସ୍ଟିସିଆଲ ଫୁସଫୁସ ରୋଗ ରେ ବିଭିନ୍ନ ରୋଗ ସାମିଲ ଥାଏ ଯାହା ସାଧାରଣତଃ ଫୁସଫୁସ କ୍ଷତ ଭାବରେ ଜଣାଶୁଣା । ଏଥିରେ ଇଡିଓପାଥିକ ଫୁସଫୁସ ଫାଇବ୍ରୋସିସ ମଧ୍ୟ ରହିଛି । ଏହି କ୍ଷତ ହେବା ଯୋଗୁଁ ରୋଗୀମାନେ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରନ୍ତି ଏବଂ ବ୍ଲଡ ଷ୍ଟିମରୁ ଅମ୍ଳଜାନ ନିଆଯାଇଥାଏ । ଇଡିଓପାଥିକ ଫୁସଫୁସ ଫାଇବ୍ରୋସିସ୍ ହୋଇଥିବା କାରଣରୁ ସମୟ ସହିତ ଫୁସଫୁସ ଅଧିକ ଖରାପ ହୋଇଯାଏ ।
ଏହି ଅଧ୍ୟୟନରୁ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ଯେ ଡାକ୍ତାଖାନାରୁ ଡିସଚାର୍ଯ ହୋଇଥିବା ଅନେକ ରୋଗୀ ମାନଙ୍କ ଫୁସଫୁସରେ ଫାଇବ୍ରୋଟିକ ଏମ୍ବର୍ମଲିଟିଜ ଦେଖିବାକୁ ମିଳିଥିଲା । ତେବେ ମାର୍ଚ୍ଚ ୨୦୨୧ରେ ଏହି ରୋଗୀ ମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଯ କରାଯାଇଥିଲା ଏବଂ ଅକ୍ଟୋବର ୨୦୨୧ରେ ଏହାକୁ ନେଇ ହୋଇଥିବା ଅଧ୍ୟୟନ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ଅଧ୍ୟୟନର ଦ୍ୱତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଛି ଏବଂ ଏହାର ଫଳାଫଳ ୨୦୨୩ ବର୍ଷ ଆରମ୍ଭରେ ମିଳିପାରିବ ।

Get real time updates directly on you device, subscribe now.