fbpx

କଟକରେ କେତେ ରହିଛି ସୁସ୍ଥ ହାର? ଜାଣନ୍ତୁ କ’ଣ କହିଲେ ଜିଲ୍ଲାପାଳ

କଟକ,୯ ।୮(ଓଡିଶା ଭାସ୍କର): କଟକରେ କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ, ଅଧିକ ପରୀକ୍ଷା ଯୋଗୁଁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । କିନ୍ତୁ ଜିଲ୍ଲା ପ୍ରତି ଶହେ ରୋଗୀ ମଧ୍ୟରୁ ୬୬ ଜଣ ସୁସ୍ଥ ହେଉଛନ୍ତି । କଟକ ଜିଲ୍ଲାରେ କରୋନା ମୃତ୍ୟୁ ହାର ମାତ୍ର ୦.୦୧% ରହିଛି ।’

କଟକ ଜିଲ୍ଲା ଟେଷ୍ଟିଂ ଓ ଟ୍ରେନିଂ କ୍ଷେତ୍ରରେ ଉଦାହାରଣ ସୃଷ୍ଟି କରିଛି । କଟକରେ ୧୮ଟି ଜିଲ୍ଲାର ୧.୨୦ ଲକ୍ଷ ନମୁନା ପରୀକ୍ଷା ସରିଛି । ଗତକାଲି ୧୯୨୫ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହୋଇଛି । ଦିନକୁ ହାରାହାରୀ ୯୮୩ ଜଣଙ୍କର ନମୁନା କରୀକ୍ଷା ହେଉଛି । ଏହା ସହ କଟକରେ ଆଉ ଗୋଟିଏ କୋଭିଡ ସେଣ୍ଟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଜିଲ୍ଲାପାଳ କହିଛନ୍ତି, ୨୯୧୦ରୁ ଗ୍ରାମାଂଚଳରେ ୧୩୬୪ ପଜିଟିଭ ଓ ସହରାଂଚଳରେ ୧୫୪୬ ଚିହ୍ନଟ ହୋଇଛି। ଏବେ ଗ୍ରାମାଂଚଳର ୨୧୬ ଜଣ ଓ ସହରାଂଚଳରେ ୭୭୩ ଜଣ ପଜିଟିଭ ଚିକିତ୍ସାଧିନ ଅଛନ୍ତି। ଗ୍ରାମାଂଚଳରେ ଏହା ନରସିଂହପୁର, ବଡ଼ମ୍ବା ଓ ଆଠଗଡ଼ ବ୍ଲକରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସହରାଂଚଳରେ ମାଲଗୋଦାମ ସାହି ଯୋଡ଼ି ହୋଇଛି।

କଟକ ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରୁ ୩୦୧ ଜଣ କୋଭିଡ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରୁ ବର୍ତ୍ତମାନ ୬୯ ଜଣ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇସାରିଛନ୍ତି। କୋଭିଡ ମୁକାବିଲାରେ ଆଶା, ଅଙ୍ଗନବାଡ଼ି, ଏଏନ୍‌ଏମ୍‌, ପଂଚାୟତ ମେମ୍ବର ଓ ଓ୍ଵାର୍ଡମେମ୍ବରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାରେ ୧୮୨୧ଟି କୋଭିଡ ପରିଚାଳନା କେନ୍ଦ୍ର ରହିଛି। ମୋଟ ୧୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ ଯୋଦ୍ଧା କାମ କରୁଛନ୍ତି। ୧୧୩ ଓ୍ଵାର୍ଡ କମିଟି ଗଠନ କରାଯାଇଛି। ଏହି ସଦସ୍ୟମାନେ ଘର ଘର ବୁଲି ଯାଇ ଟେଷ୍ଟ କରୁଛନ୍ତି।

Get real time updates directly on you device, subscribe now.