fbpx

ଗୋଟିଏ ଦିନରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ ଓ ୯୭୭ ଜଣ ମୃତ

ନୂଆଦିଲ୍ଲୀ, ୨୦ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୬,୯୨୫ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୫୩,୮୬୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ୨୦,୯୬,୬୬୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୬,୮୬,୩୯୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୧ହଜାର ୩୩, ତାମିଲନାଡ଼ୁରେ ୬୧୨୩, ଦିଲ୍ଲୀରେ ୪୨୩୫, ଗୁଜୁରାଟରେ ୨୮୩୭, ଉତ୍ତରପ୍ରଦେଶରେ ୨୬୩୮, ପଶ୍ଚିମବଙ୍ଗରେ ୨୫୮୧, ମଧ୍ୟପ୍ରଦେଶରେ ୧୧୫୯, ରାଜସ୍ଥାନରେ ୯୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.