fbpx

କରୋନାର ସବ୍ ଭାରିଆଣ୍ଟ BA.5 ମସ୍ତିଷ୍କ ଉପରେ ପକାଉଛି ଗଭୀର ପ୍ରଭାବ; ଜାଣନ୍ତୁ କ’ଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଚୀନ୍ ସମେତ ଅନେକ ଦେଶରେ କୋଭିଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଭାରତରେ କରୋନାକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । ଏହି ସମୟରେ, କରୋନାର ଏକ ସବ୍-ଭାରିଆଣ୍ଟକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଗୁଜବ ପ୍ରଚାର କରାଯାଉଛି । ଏହିପରି ଏକ ଭାଇରାଲ୍ ସମ୍ବାଦକୁ ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଦ୍ୱାରା ଏହାକୁ ଗୁଜବ ବୋଲି କୁହାଯାଇଛି ।

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯେ ଓମିକ୍ରନର ସବ-ଭାରିଆଣ୍ଟ ବିଏ.୫ ‘ମସ୍ତିଷ୍କ ପାଇଁ ସାଂଘାତିକ’ ହୋଇପାରେ । ଟ୍ୱିଟରରେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ କହିଛି ଯେ ଏହି ଖବର ବିଭ୍ରାନ୍ତିକର ଏବଂ ଏହିପରି କିଛି ହେଉନାହିଁ । ଅଧ୍ୟୟନରେ ସେପରି କୌଣସିି ତଥ୍ୟ ପ୍ରମାଣିତ ହୋଇନାହିଁ ।

ଏକ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଚୀନରେ ବଢୁଥିବା କରୋନା ଭାଇରସ୍ ସବ୍-ଭାରିଆଣ୍ଟ ବିଏ.୫ ମସ୍ତିଷ୍କ ଉପରେ ଆକ୍ରମଣ କରିପାରେ । କରୋନା ଭାଇରସର ଓମିକ୍ରନ୍ ସବ୍-ଭାରିଆଣ୍ଟ ବିଏ.୫ ଉପରେ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ମସ୍ତିଷ୍କ ଉପରେ ଆକ୍ରମଣ କରେ ।

ଏହି ରିପୋର୍ଟରେ କୁହାଯାଇଛି ଯେ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଅନ୍ୟ ଓମିକ୍ରନ୍ ସବ୍ ଭାରିଆଣ୍ଟ ଅପେକ୍ଷା ବିଏ.୫ ଅଧିକ ସଂକ୍ରାମକ । ଏବଂ କୋଭିଡ -୧୯ ଟୀକାକରଣରୁ ମଧ୍ୟ ବଞ୍ଚିପାରିବ । ୧୦୦ ରୁ ଅଧିକ ଦେଶରେ ଏହି ପ୍ରକାର ଭାରିଆଣ୍ଟ ଦେଖିବାକୁ ମିଳିଛି । ଚୀନ, ଜାପାନ, ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ଏହି ପ୍ରକାରର ଆକ୍ରାନ୍ତ ଦେଖାଯାଉଛି ।

Get real time updates directly on you device, subscribe now.