fbpx

କ୍ୱାରେଣ୍ଟାଇନରେ କରୋନା ସନ୍ଦିଗ୍ଧଙ୍କ ପଥରମାଡ, ଜୀବନ ବଞ୍ଚାଇ ପଳାଇଲେ ସ୍ୱାସ୍ଥ୍ୟକର୍ମୀ

ବିହାର,୫ ।୪: ବିହାରର ସିୱାନର କ୍ୱାରେଣ୍ଟାଇନ ସେଣ୍ଟରରୁ କରୋନା ଭାଇରସର ସନ୍ଦିଗ୍ଧ ବ୍ୟକ୍ତି ପ୍ରଶାସନ ଉପରକୁ ପଥରମାଡ କରିଛନ୍ତି । ଏହି ଘଟଣା ରଘୁନାଥପୁରର ରାଜପୁର ମିଡିଲ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନରେ ଘଟିଯାଇଛି । କୁହାଯାଉଛି ଯେ, ପଥର ଫିଙ୍ଗିବା ପରେ ସମସ୍ତ ସରକାରୀ କର୍ମଚାରୀ ଘଟଣାସ୍ଥଳରୁ ଜୀବନ ରକ୍ଷା କରି ପଳାଇଥିଲେ ।

ତେବେ ସିୱାନ ଘଟଣାରେ କରୋନା ସନ୍ଦିଗ୍ଧ କାହିଁକି ସରକାରୀ କର୍ମଚାରୀଙ୍କୁ ପଥର ଫିଙ୍ଗିଛନ୍ତି, ତାହା ଜଣାପଡିନାହିଁ । କିନ୍ତୁ ବିହାରରେ କରୋନା ଭାଇରସ ମୁକାବିଲା ପାଇଁ ପ୍ରସ୍ତୁତ ଦଳ ଉପରେ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ବିହାରର ମୁଙ୍ଗେର ଜିଲ୍ଲାରେ କରୋନା ଭାଇରସ୍ ସହ ଲଢେଇ କରୁଥିବା ମେଡିକାଲ ଟିମ୍ ଉପରେ ଆକ୍ରମଣ ହୋଇଥିଲା ।

Get real time updates directly on you device, subscribe now.