fbpx

ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେଙ୍କ ସୋସାଇଟରେ କରୋନା ରୋଗୀ ଚିହ୍ନଟ, ପୂରା ଆପାର୍ଟମେଣ୍ଟ ସିଲ୍

ନୂଆଦିଲ୍ଲୀ,୫ ।୪: ଦେଶରେ କରୋନା ଭାଇରସ୍ ତୀବ୍ର ଭାବେ ବ୍ୟାପିବାରେ ଲାଗିଛି ।ଏହାରି ମଧ୍ୟରେ ଖବର ଆସିଛି କି, ଟିଭି ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେଙ୍କ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି । ତାଙ୍କ ଆପାର୍ଟମେଣ୍ଟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ, ଅଙ୍କିତା ରହୁଥିବା ଆପାର୍ଟମେଣ୍ଟରେ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି କାରଣରୁ ସମଗ୍ର ଆପାର୍ଟମେଣ୍ଟକୁ ସିଲ୍ କରିଦିଆଯାଇଛି । ଏହି ଆପାର୍ଟମେଣ୍ଟରେ ଆଶିତ ଧୱନ, ନତାଶା ଶର୍ମା, ମିଶକ୍ତ ଭର୍ମା ପରି ସେଲିବ୍ରିଟମାନେ ରହୁଛନ୍ତି । ପଜିଟିଭ୍ ବ୍ୟକ୍ତି ସ୍ପେନରୁ ଭାରତ ଫେରିଥିବା ଜଣାପଡିଛି ।

Get real time updates directly on you device, subscribe now.