fbpx

ଛୋଟ ପିଲାଙ୍କୁ କରୋନା ହେଲେ କେମିତି ଜାଣିବେ? ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଛୋଟ ଶିଶୁମାନେ ବି ଏବେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ଛୋଟ ପିଲାଙ୍କୁ କରୋନା ହେଲେ ଜାଣିବେ କିପରି? ଏହାର ଉତ୍ତର ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ଛୋଟ ପିଲାଙ୍କ ସଂକ୍ରମଣ ଲକ୍ଷଣ ଟିକେ ଭିନ୍ନ । ପିଲାଙ୍କୁ ବାନ୍ତି, ପତଳା ଝାଡ଼ା, ଆଖି ଲାଲ ପଡ଼ିବା ଭଳି ଲକ୍ଷଣ ଦେଖାଯିବ । ଦେହରେ ନାଲି ରଙ୍ଗ ପଡ଼ିବା ସହ ନିଶ୍ଵାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବ । ଗୁରୁତର ସଂକ୍ରମିତ ହୋଇନଥିବା ପିଲା ଗୃହ ସଙ୍ଗରୋଧରେ ରହିପାରିବେ । ଏହା ସହ ସେମାନଙ୍କୁ ପାରାସିଟାମଲ୍ ଓ ଲିଭୋ ସେଟ୍ରିଜିନ୍ ଦେଇପାରିବେ । ପିଲାଙ୍କ ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦେବା ଦରକାର ।’

ଏହା ସହ ମାଆକୁ କରୋନା ହେଲେ ବି ଛୋଟପିଲା ମାଆ କ୍ଷୀର ପିଇପାରିବେ ବୋଲି ସେ କହିଛନ୍ତି । ତେବେ ରାଜ୍ୟରେ ଅଧିକ ଶିଶୁ କରୋନାରେ ସଂକ୍ରମିତ ହୋଇପାରନ୍ତି । କରୋନାରୁ ରକ୍ଷା ପାଇଁ ଅଭିଭାବକ ପିଲାଙ୍କୁ ସଂକ୍ରମଣରୁ ଦୂରେଇ ରଖନ୍ତୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.