fbpx

ଲକ୍ଷଣ ଥିବା ଲୋକର ହେବ ନମୁନା ପରୀକ୍ଷା

ନୂଆଦିଲ୍ଲୀ, ୨୨ା୫: କରୋନାକୁ ନେଇ ଆଇସିଏମଆର ପକ୍ଷରୁ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । ଲକ୍ଷଣ ଥିବା ଲୋକଙ୍କର ନମୁନା ପରୀକ୍ଷା ହେବ । କରୋନାକୁ ନେଇ ଅଧିକ ରିସର୍ଚ୍ଚ କରୁଛି ଇଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ । କରୋନା ଉପରେ ଆଣ୍ଟିବଡ଼ି ଡେଭଲପ କରାଯାଉଛି । କିଛି ରୋଗୀଙ୍କ ନମୁନା ପରୀକ୍ଷଣ କରି ଦେଖୁଛୁ । ପ୍ରତି ରୋଗୀଙ୍କ ଭିତରେ କେତେ ପ୍ରତିରୋଧକ ଶକ୍ତି ଅଛି ଦେଖିଛୁ । ଯଦି ଭ୍ୟାକସିନ ବାହାରେ ପ୍ରଥମେ ପଶୁଠାରେ ପରୀକ୍ଷଣ କରାଯିବ । ସେହିପରି ମଡ଼େଲ ଆମେ ପ୍ରସ୍ତୁତ କରୁଛୁ । ଅନ୍ୟ ରୋଗର ଔଷଧକୁ କରୋନା ପାଇଁ ଆମେ ଦେଖୁଛୁ । ବର୍ତ୍ତମାନ ସୁଦ୍ଧା ୨୦୦ନମୁନା ନେଇ ପରୀକ୍ଷା କରୁଛୁ । ଅନ୍ୟ ରାଜ୍ୟର ଭୂତାଣୁ ସହ କଣ ସବୁ ଫରକ ରହିଛି ସେସବୁ ଅନୁଧ୍ୟାନ କରାଯାଉଛି । ଆଇଏଲ ଏସର ନିର୍ଦ୍ଦେଶକ ଅଜୟ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶାରେ ଏବେ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ସେ କହିଛନ୍ତିି ।

Get real time updates directly on you device, subscribe now.