fbpx

ଆଇସିଏମଆରର ବଡ ନିଷ୍ପତ୍ତି: ଟିବି ଟେଷ୍ଟ ମେସିନରେ ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ,୧୧ ।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖି ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା କରିବାରେ ପ୍ରସ୍ତୁତି ଚାଲିଛି । କରୋନା ସଂକ୍ରମଣର ଯାଞ୍ଚ ପାଇଁ ଟିବି ସ୍କିନିଂରେ ବ୍ୟବହୃତ ମେସନରେ କରୋନା ଟେଷ୍ଟ ପାଇଁ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଅନୁମୋଦନ କରିଛି । ଆଇସିଏମଆର ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ମାଧ୍ୟମରେ ଏବେ ଟିବିର ଯାଞ୍ଚ କରୁଥିବା ମେସିନ ସାହାଯ୍ୟରେ କରୋନା ଭାଇରସର ଚିହ୍ନଟ ହୋଇପାରିବ ।

ଆଇସିଏମଆର ଏହାର ନିର୍ଦ୍ଦେଶାବଳୀରେ କହିଛି ଯେ ଯାଞ୍ଚ ସମୟରେ ନାକ ଓ ଗଳାରୁ ନମୁନା ନିଆଯିବ ଓ କିଟ୍ ମାଧ୍ୟମରେ ଭାଇରାଲ ଟ୍ରାନ୍ସପୋର୍ଟ ମିଡିୟମରେ ରଖି ପଠାଯିବ । ଏହି ପରୀକ୍ଷାରେ ଯେଉଁ ରୋଗୀ କରୋନାରେ ଚିହ୍ନଟ ହେବେ, ତାକୁ ଆରଟି-ପିସିଆର ଦ୍ୱାରା ପରୀକ୍ଷା କରି ନିଶ୍ଚିତ କରାଯିବ ।

Get real time updates directly on you device, subscribe now.