fbpx

ହାରୁଛି କରୋନା , ଖସୁଛି ସଂକ୍ରମଣ ସଂଖ୍ୟା ; ୨୪ ଘଣ୍ଟାରେ ମାତ୍ର ୩ ହଜାର ନୂଆ ମାମଲା, ଜାଣନ୍ତୁ ସକ୍ରିୟ ସଂଖ୍ୟା କେତେ..?

ନୂଆଦିଲ୍ଲୀ : ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିଜନକ ଖବର । କରୋନାର ପାର୍ଦୁଭାବ ଏବେ କମିବାରେ ଲାଗିଛି । ଧୀରେ ଧୀରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇଲାଣି । ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୧୦ ହଜାରୁ ୧୧ ହଜାର ଛୁଉଁଥିବାବେଳେ, ଏବେ ତାହା ହ୍ରାସ ପାଇ ୩ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ -୧୯, ୩୩୨୫ ଟି ନୂଆ ମାମଲା ରେକର୍ଡ କରାଯାଇଛି । ଦେଶରେ ଗୋଟିଏ ଦିନରେ କରୋନାର ୬୩୭୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସକ୍ରିୟ କ୍ୟାସେଲୋଡ୍ ସଂଖ୍ୟା ୪୪,୧୭୫ ରହିଛି । ସକ୍ରିୟ ମାମଲାର ହାର ହେଉଛି ୦.୧୦ ପ୍ରତିଶତ ରହିଛି । ବର୍ତ୍ତମାନର ପୁନରୁଦ୍ଧାର ହାର ୯୮.୭୨ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ, ୬,୩୭୯ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୪,୪୩,୭୭,୨୫୭ । ଦୈନିକ ସକରାତ୍ମକତା ହାର ହେଉଛି ୨.୨୯ ପ୍ରତିଶତ ଏବଂ ସାପ୍ତାହିକ ସକରାତ୍ମକତା ହାର ହେଉଛି ୩.୮୭ ପ୍ରତିଶତ ରହିଛି । ବର୍ତ୍ତମାନ ପର‌୍ୟ୍ୟନ୍ତ ମୋଟ ୯୨.୬୯ କୋଟି କରୋନା ପରୀକ୍ଷା କରାଯାଇଛି, ଗତ ଚବିଶ ଘଣ୍ଟା ମଧ୍ୟରେ ୧,୪୫,୩୦୯ ପରୀକ୍ଷା କରାଯାଇଛି ।

Get real time updates directly on you device, subscribe now.