fbpx

ପାଣିପାଗ ଖବର : ଆସନ୍ତା ୬ ସୁଦ୍ଧା ଘୂର୍ଣ୍ଣିବଳୟ ସମ୍ଭାବନା !

ଭୁବନେଶ୍ୱର : ଅଶାନ୍ତ ରହିଛି ସମୁଦ୍ର । ପୂର୍ଣ୍ଣିମା ଯେତିକି ପାଖେଇ ଆସୁଛି ସମୁଦ୍ର ସେତିକି ଅଶାନ୍ତ ହୋଇ ଉଠୁଛି । ଆସନ୍ତା ଚାରି ଦିନରେ କାଳବୈଶାଖୀ ସମ୍ଭାବନା ଥିବା ବେଳେ ଆଗାମୀ ଦିନରେ ବାତ୍ୟା ଓ ଲଘୁଚାପର ଆଶଙ୍କା କରାଯାଉଛି ।

ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବାନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡିଶାରେ ଏହାର ପ୍ରଭାବ ରହିବ କି ନାହିଁ, ସେ କୌଣସି କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏପର୍ଯ୍ୟନ୍ତ ବାତ୍ୟା ବା ଲଘୁଚାପକୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଓଡିଶାକୁ ଏହାର ପ୍ରଭାବ କ’ଣ ରହିବ ସେନେଇ ମଧ୍ୟ କୌଣସି ଠୋସ୍ ସୂଚନା ମିଳିନାହିଁ ।

Get real time updates directly on you device, subscribe now.