fbpx

କରୋନା ଭାଇରସ୍: ଦେଶରେ୨୪ଘଣ୍ଟାରେ ୧,୩୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୭ା୪: ସବୁଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୪୯ହଜାର ୮୧୦ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ମିଳିଛି । ଦେଶର ୨୦୧ଟି ଲ୍ୟାବରେ ଟେଷ୍ଟିଂ ଚାଲିଛି । ଭାରତରେ ବତ୍ତର୍ମାନ ସୁଦ୍ଧା ୫୯୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ୧୮୬୦୧ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୨୫୨ ଜଣ ସଂକ୍ରମିତ ସମ୍ପୂର୍ଣ୍ଣ ଠିକ୍ ହୋଇଛନ୍ତି । ଏବେ ଦେଶରେ୧୪୭୫୯ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଗୋଟିଏ ଦିନରେ ୭୦୫ଜଣ ସଂକ୍ରମିତ ଠିକ୍ ହୋଇଛନ୍ତି । ୧୪ଦିନ ହେଲା ଦେଶର ୬୧ ଜିଲ୍ଲାରେ କରୋନା କେସ୍ ଆସିନି । ୨୪ଘଣ୍ଟାରେ ୧,୩୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଏହାସହ ଆଗାମୀ ଦୁଇଦିନ ରାପିଡ଼ ଟେଷ୍ଟ ନକରିବାକୁ ସମସ୍ତ ରାଜ୍ୟକୁ ଆଇସିଏମଆର ପରାମର୍ଶ ଦେଇଛି । କିଟସ ଗୁଡ଼ିକୁ ପରୀକ୍ଷା କରିବା ପରେ ଦୁଇ ଦିନ ପରେ ଆଇସିଏମଆର ପରାମର୍ଶ ଦେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.