fbpx

କରୋନା ଭାଇରସ୍, ଦେଶରେ ବଢ଼ୁଛି ରିକଭରି ରେଟ୍

ନୂଆଦିଲ୍ଲୀ, ୨୭ା୪: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ୮୦% ମଣ୍ଡିର ସଞ୍ଚାଳନ ଜାରି ହେବ । ୮୦ହଜାରରୁ ଅଧିକ କୃଷକ କିଷାନ ରଥ ଆପରେ ପଞ୍ଜିକୃତ କରାଯିବ । ୨କୋଟିରୁ ଅଧିକ ଶ୍ରମିକଙ୍କୁ ରୋଜଗାର ମିଳିଛି । ଇଟାଭାଟି ଓ ଲଘୁ ଉଦ୍ୟୋଗର କାମ ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ମାସ୍କ ଓ ସାମାଜିକ ଦୂରତା କରୁରୀ ବୋଲି ସେ କହିଛନ୍ତି । ୬୦% ଫୁଡ଼ ପ୍ରୋସେସିଙ୍ଗ ୟୁନିଟ ଆରମ୍ଭ ହୋଇଛି । ବସ୍ତି, ବଜାର ଗୁଡ଼ିକରେ ସାମାଜିକ ଦୂରତା କଟକଣା କଡ଼ାକଡ଼ି ହେଉ ବୋଲି ମଧ୍ୟ ଅଗ୍ରୱାଲ କହିଛନ୍ତି ।
ଏହାସହ ଦେଶରେ ରିକଭରି ରେଟ୍ ଦିନକୁ ଦିନ ବଢ଼ୁଛି । ୮୫ଜିଲ୍ଲାରେ ୧୪ଦିନ ହେବ ପଜିଟିଭ କେସ୍ ଆସିନି । ସେହିପରି ୧୬ଜିଲ୍ଲାରେ ୨୮ଦିନ ହେବ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିନାହିଁ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୯୨ ଥିବା ବେଳେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬,୧୮୪ । ସେ କହିଛନ୍ତି ଆମର ଲଢ଼େଇ ରୋଗୀଙ୍କ ବିରୋଧରେ ନୁହେଁ ବରଂ ରୋଗ ବିରୋଧରେ । ରୋଗୀଙ୍କ ପ୍ରତି ସକରାତ୍ମକ ଭାବ ରଖନ୍ତୁ । ଦେଶରେ ୨୪ଘଣ୍ଟା ମଧ୍ୟରେ ୧୩୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ରୋଗୀଙ୍କ ରିକଭରି ରେଟ୍ ୨୨.୧୭% ରହିଛି ।

Get real time updates directly on you device, subscribe now.