fbpx

ଦେଶରେ ବଢ଼ୁଛି ରିକଭରି ରେଟ୍

ନୂଆଦିଲ୍ଲୀ, ୮ା୫: କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ବିଦେଶରୁ ଫେରିଥିବା ଯାତ୍ରୀ ଆରୋଗ୍ୟ ସେତୁ ଡାଉନଲୋଡ଼ କରିବେ । ବିଦେଶ ଫେରନ୍ତା ନିଜ ଖର୍ଚ୍ଚରେ ସଙ୍ଗରୋଧରେ ରହିବେ । ଦେଶରେ ଫସିଥିବା ବିଦେଶୀ ନାଗରିକଙ୍କ ଭିସା ଅବଧି ବଢ଼ିବ । ଦେଶରେ ୨୪ଘଣ୍ଟାରେ ୩୩୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରିକଭରି ରେଟ୍ ୨୯%ରୁ ଅଧିକ ରହିଛି । ଦେଶରେ କରୋନା ରିକଭରି ରେଟ୍ ବଢ଼ୁଛି । ୪୨ଜିଲ୍ଲାରେ ୨୮ଦିନ ହେବ ପଜିଟିଭ୍ କେସ୍ ଆସିନି । ଏହାସହ ଦେଶରେ ବତ୍ତର୍ମାନ ସୁଦ୍ଧା ୫୬୩୪୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୮୬ଜଣ ମୃତ୍ୟୁବରଣ କରିଛନ୍ତି ।

Get real time updates directly on you device, subscribe now.