fbpx

ଦେଶରେ ୨୪୧୫ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୧୩ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪,୨୮୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୧୫ରେ ପହଞ୍ଚିଛି । ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭,୪୮୦ ଜଣ ଥିବା ବେଳେ ୨୪,୩୮୫ଜଣ ସୁସ୍ଥ ହୋଇସାରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ୨୪ଘଣ୍ଟାରେ ୩୫୨୫ ନୂଆ ମାମଲା ଆସିଥିବା ବେଳେ ୧୨୨ଜରଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୯୨୧ ଜଣ, ଗୁଜୁରାଟରେ ୫୩୭, ମଧ୍ୟପ୍ରଦେଶରେ ୨୨୫, ପଶ୍ଚିମବଙ୍ଗ ୧୯୮, ରାଜସ୍ଥାନରେ ୧୧୭, ଦିଲ୍ଲୀରେ ୮୬ ଓ ୟୁପିରେ ୮୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.