fbpx

୨୪ଘଣ୍ଟାରେ ୪୦ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୧୧ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୭୮ହଜାର ନମୁନା ପରୀକ୍ଷା କରାଯାଇଛି । ସାରା ଦେଶରେ ୫୮୬ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ପ୍ରାୟ ୧ଲକ୍ଷ ବେଡ଼୍ ଏହି ହସ୍ପିଟାଲ ଗୁଡ଼ିକରେ ରହିଛି । ରାଜ୍ୟଙ୍କ ସହ ମିଶି କେନ୍ଦ୍ର ସରକାର ଏସବୁ ପ୍ରସ୍ତୁତ କରୁଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୬୪୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ଦେଶରେ କରୋନାରେ ସମୁଦାୟ ୨୩୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୪୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ କରୋନାରେ ୭୪୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅଗ୍ରୱାଲ ।

Get real time updates directly on you device, subscribe now.