fbpx

ବଢ଼ିପାରେ ଲକ୍ ଡାଉନ ଅବଧି

ନୂଆଦିଲ୍ଲୀ, ୧୧ା୪: ଆଜି ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ତାଙ୍କର ପ୍ରତିକ୍ରିୟା ଲକ୍ ଡାଉନ ଅବଧି ବଢ଼ିବା ନେଇ ସଙ୍କେତ ଦେଇଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜୀବନ ଅଛି ତ ବିଶ୍ୱ ଅଛି । ଦେଶବାସୀ ସାମାଜିକ ଦାୟିତ୍ୱକୁ ବୁଝି ଲକ୍ ଡାଉନ ନିୟମ ପାଳିଛନ୍ତି । ଏହାସହ ଏମିତି କହିଛନ୍ତି ଯେ ଲକ୍ ଡାଉନ ବଢ଼ାଇବା ବିନା ଆଉ କୌଣସି ବିକଳ୍ପ ନାହିଁ । ଦେଶରେ ଆଉ ୨ସପ୍ତାହ ଲକଡାଉନ ଅବଧି ବଢ଼ିପାରେ । ଅବଧି ବୃଦ୍ଧି ନେଇ ମୋଦି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.