fbpx

୨୪ଘଣ୍ଟାରେ ଦେଶରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୪ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ରାସନ ସାମଗ୍ରୀ ଯୋଗାଣ ଉପରେ ନଜର ରଖାଯାଇଛି । କଣ୍ଟ୍ରୋଲ ରୁମରୁ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ୨ଲକ୍ଷ ୩୧ହଜାର ୯୦୨ଟେଷ୍ଟ କରାଯାଇଛି ବୋଲି ଆଇସିଏମଆର ପକ୍ଷରୁ ସୂଚନା ମିଳିଛି । ଆଇସିଏମଆରରେ ୧୬୬ଟି ଓ ଘରୋଇ ୭୦ଟି ଲ୍ୟାବରେ ଟେଷ୍ଟ ଚାଲିଛି । କରୋନାରୁ ଆଜିଯାଏଁ ୧୦୩୬ ସୁସ୍ଥ ହୋଇଛନ୍ତି । କରୋନାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୩୯ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୬୩ଜଣ ରହିଛି । କରୋନାରେ ୨୪ଘଣ୍ଟାରେ ୩୧ଜଣଙ୍କ ମୃତ୍ୟୁ ହୋଇଛି । ୨୪ଘଣ୍ଟାରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.