fbpx

କରୋନା ମୁକାବିଲା ନେଇ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ମୁକାବିଲା ନେଇ ଆଇଏଏସ୍ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଏବଂ ଏନ୍ ତିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଏବଂ ଭଦ୍ରକ ପାଇଁ ମଧୁସୁଦନ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବଲାଙ୍ଗୀ. ବରଗଡ, ନୁଆପଡା ପାଇଁ ସତ୍ୟବ୍ରତ ସାହୁ ଏବଂ ବେଣୁଧର ବେହେରା, ଝାରସୁଗୁଡା ଓ ସୁନ୍ଦରଗଡ ପାଇଁ ନିକୁଞ୍ଜ ବିହାରୀ ଧଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର ଏବଂ ଶ୍ରୀକାନ୍ତ ପୃଷ୍ଟି, ଗଜପତି ଏବଂ ଗଞ୍ଜାମ ପାଇଁ ଜି. ମାଥିଭଥନମ୍, ଯାଜପୁର, ଜଗତସିଂହପୁର ଏବଂ କେନ୍ଦ୍ରପଡା ପାଇଁ ହେମନ୍ତ ଶର୍ମା ଏବଂ ସୁରେଶ ଚନ୍ଦ୍ର ଦଳାଇ, ଅନୁଗୁଳ, ଦେବଗଡ ଏବଂ ଢ଼େଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ , ସମ୍ବଲପୁର ଏବଂ ସୋନପୁର ପାଇଁ ଚିତ୍ରା ଅରୁମୁଗମ୍, କଳାହାଣ୍ଡି, କନ୍ଧମାଳ ଏବଂ ବୈଦ୍ଧ ପାଇଁ ଶାଶ୍ୱତ ମିଶ୍ର, ବିଷ୍ଣୁପ୍ରସାଦ ମିଶ୍ର । ସେହିପରି କୋରାପୁଟ, ମାଲକାନାଗିରି, ରାୟଗଡା, ନବରଙ୍ଗପୁର ପାଇଁ ଭି ଭି ଯାଦବ ଏବଂ ରସିଦ୍ ଖାନ୍, କଟକ, ନୟାଗଡ ଏବଂ ଖୋର୍ଦ୍ଧା ପାଇଁ ଅନିଲ କୁମାର ସାମଲଙ୍କୁ ଦାୟିିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.