fbpx

କର୍ଫ୍ୟୁ ପାଇଁ ଅଟକିଲା ଏହି ସବୁ ବିଗ୍ ବଜେଟ୍ ମୁଭିର ସୁଟିଂ

ମୁମ୍ବାଇ, ୧୫/୪ (ଓଡିଶା ଭାସ୍କର) : ମୁମ୍ବାଇରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଆଜି ମହାରାଷ୍ଟ୍ର ସରକାର ବିଭିନ୍ନ କ୍ଷେତ୍ରରେ କଟକଣା ଲାଗୁ କରିଛନ୍ତି । ତେବେ ପୁର୍ବବର୍ଷ ପରି ପୁଣିଥରେ ବଲିଉଡ ଫିଲ୍ମ ଏବଂ ସିରିୟଲ୍ ସୁଟିଂରେ ରୋକ୍ ଲଗାଯାଇଛି । ତେଣୁ ଅନେକ ବିଗ୍ ବଜେଟ୍ ମୁଭିର ସୁଟିଂକୁ ବନ୍ଦ କରାଯାଇଛି ।

ଏକତା କପୁରଙ୍କ ଫିଲ୍ମ “ଗୁଡବାୟ” ନିକଟରେ ଚର୍ଚ୍ଚାକୁ ଆସିଥିଲା । ଏଥିରେ ବିଗ୍ ବି ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ରହିବେ । ହେଲେ ଆଜି ସରକାର କଟକଣା ବଢ଼ାଇବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ଆଗରୁ ହିଁ ବନ୍ଦ ହୋଇଯାଇଛି ।

ସେହିପରି ଶାହରୁଖ ଖାନ୍, ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ୟଶରାଜ୍ ପ୍ରଡକ୍ସନର ଫିଲ୍ମ ‘ପଠାନ୍’ ର ଆଗାମୀ ସୁଟିଂ ଆଜିଠାରୁ ହେବାର ଥିଲା । ହେଲେ ତାମଧ୍ୟ ବନ୍ଦ ହୋଇଯାଇଛି ।

ଏହାବ୍ୟତୀତ ୟଶରାଜ୍ ପ୍ରଡକ୍ସନର ଆଉ ଏକ ଫିଲ୍ମ “ଟାଇଗର୍-୩”ର ମୁମ୍ବାଇରେ ଚାଲିଥିବା ସୁଟିଂକୁ ରୋକିବାକୁ ପଡିଛି ।


ଅନ୍ୟପଟେ, ରଣବୀର କପୁର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ ଷ୍ଟାଟର୍ ଫିଲ୍ମ “ବ୍ରହ୍ମାସ୍ତ୍ର”ର ଶେଷ ପର୍ଯ୍ୟାୟ ସୁଟିଂ ହେବାକୁ ଥିବା ଗୋଟିଏ ଗୀତ ହୋଇପାରିନି । ଏହି ଫିଲ୍ମଟି ଗତ ୪ ବର୍ଷ ହେବ ତିଆରି ହୋଇଆସୁଛି । ହେଲେ ସୁଟିଂ ସରିଆସିବାକୁ ଥିବା ବେଳେ କରୋନା ପାଇଁ ସୁଟିଂ ରୋକିବାକୁ ପଡିଛି ।

ଆହୁରି ମଧ୍ୟ ଅଜୟ ଦେବଗନଙ୍କ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ “ମୈଦାନ”ର ନିର୍ଦ୍ଦେଶକଙ୍କୁ କରୋନା ହେବାପରେ ସୁଟିଂ ଅଟକିଥିଲା । ଆଉ ଏବେ କରୋନା କଟକଣା ପାଇଁ ପୁଣିଥରେ ସୁଟିଂ ହୋଇପାରିବ ନାହିଁ ।

ଏହିପରି ଭାବରେ କାର୍ତ୍ତିକ ଆରିୟନଙ୍କ ‘ଭୁଲଭୁଲୈୟା-୨’ର ସୁଟିଂରେ ମଧ୍ୟ ପ୍ରଭାବ ବଢ଼ିଚାଲିଛି । ଲିଡ୍ ରୋଲ୍ ରେ ଥିବା କାର୍ତ୍ତିକ ଆରିୟନ୍ ଙ୍କୁ କରୋନା ହେବା ପରେ ଫିଲ୍ମ ସୁଟିଂ ଉପରେ ପ୍ରଭାବ ପଡିଥିଲା । ଆଉ ଏବେ ରାଜ୍ୟ ସରକାରଙ୍କ କରୋନା କଟକଣା ପାଇଁ ଆଗେଇ ପାରୁନି ସୁଟିଂ ।


ଅକ୍ଷୟଙ୍କ ଅଭିନୀତ “ରାମ ସେତୁ” ଫିଲ୍ମ ମୁମ୍ବାଇର ଏକ ବିଚ୍ ରେ ସୁଟିଂ ହେବାକୁ ଯାଉଥିଲା । ହେଲେ ଅକ୍ଷୟଙ୍କୁ କରୋନା ହେବା ଫଲରେ ସୁଟିଂ ହୋଇପାରି ନଥିଲା । ଖାଲି ସେତିକି ନୁହେଁ ସେଟ୍ ର ୪୫ ଜଣ କରୋନା ପଜିଟିଭ୍ ହେବାପରେ ଫିଲ୍ମ ସିଡ୍ୟୁଲ୍ କ୍ୟାନସଲ୍ ହୋଇଯାଇଛି ।

Get real time updates directly on you device, subscribe now.