fbpx

ଘୋଷଣା ହେବ ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେବ ନୂଆ ବିଜ୍ଞପ୍ତି । ନିର୍ବାଚନ ପାଇଁ ଆଉ ଥରେ ନୂତନ ତାରିଖ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଗତ କାଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖା ଯାଇଛି ବୋଲି ସେ କହିଛନ୍ତି । ଯେବେ ନିର୍ବାଚନ କମିଶନର ନୂଆ ତାରିଖ ଘୋଷଣା କରିବେ, ତାର ୭ ଦିନ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ୧୫ ଦିନ ସମୟ ଦିଆଯିବ । କେବଳ ଜାତୀୟ କଂଗ୍ରେସ ପ୍ରର୍ଥୀ ନାମାଙ୍କନ ଦାଖଲ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଯେଉଁ ତାରଖ ଘୋଷଣା କରାଯିବ ସେହି ଅନୁସାରେ ଭୋଟ ହେବବୋଲି କହିଛନ୍ତି ସୁଶୀଲ କୁମାର ଲୋହାନୀ । ସୂଚନା ଅନୁସାରେ ବୁଧବାର ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।। ତାଙ୍କ ଦେହାନ୍ତ ଯୋଗୁ ପିପିଲି ଉପନିର୍ବାଚନକୁ ସ୍ଥଗିତ କରାଯାଇଛି।

 

Get real time updates directly on you device, subscribe now.