fbpx

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ: ମେ’ ୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ବହୁଛି ନିର୍ବାଚନ ତାତି । ଓଡ଼ିଶା ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉତିବା ବେଳେ ନିର୍ବାଚନ କମିଶନ୍ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଲୋକସଭା ଏବଂ ବିଧାନସଭା ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ କନ୍ଧମାଳଓ ଆସ୍କା ଆଦି ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ତେବେ ଏଥିପାଇଁ ଏପ୍ରିଲ ୨୬ ଅର୍ଥାତ୍ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଏହି ବିଜ୍ଞପ୍ତିରେ ଘୋଷଣା ହୋଇଛି । ତେବେ ଆଜିଠାରୁ ମେ’ ୩ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ । ଏହାପରେ ମେ’ ୪ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ତେବେ ୬ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଏବଂ ୨୦ ତାରିଖରେ ମତଦାନ ହେବ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.