fbpx

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୪ଟି ଲୋକସଭାରୁ ୭୫ ପ୍ରାର୍ଥୀ, ୨୮ଟି ବିଧାନସଭା ଆସନରେ ୪୮୩ ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଯାଇଛି । ଏହି ପ୍ରକ୍ରିୟାରେ ରାଜ୍ୟର ୪ଟି ଲୋକସଭା ଆସନ ପାଇଁ କ୍ଷମୋଟ ୩୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ କୋରାପୁଟ ପାଇଁ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣଙ୍କ ତରପରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ ମୋଟ ୪ ଜଣ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନ କରିଛନ୍ତି ।

ଅନ୍ୟ ପକ୍ଷରେ ୨୮ଟି ବିଧାନସଭା ଆସନରୁ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ତାଲିକାରେ ବ୍ରହ୍ମପୁରରୁ ସର୍ବାଧିକ ୨୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହାବ୍ୟତୀତ ଦିଗପହଣ୍ଡିରୁ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଗୁଣୁପୁର ଏବଂ କୋରାପୁଟ ଆସନରୁ ମଧ୍ୟ ୧୪ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଛି । ସେହିପରି ଜୟପୁର ଓ ନର୍ଲା ଆସନରୁ ୧୨ ଜଣ ଲେକାଏଁ ନାମାଙ୍କନ ଭରିଥିବା ଜଣାଯାଇଛି ।

Get real time updates directly on you device, subscribe now.