fbpx

ମିରଟରେ ୧ ଡର୍ଜନ EVM ମେସିନ୍ ଖରାପ: ନିର୍ବାଚନରେ ବିଜେପିରୁ ଲଢୁଛନ୍ତି ରାମାୟଣର ‘ରାମ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନରେ ଗାଜିଆବାଦ, ମିରଟ ଏବଂ ମଥୁରା ସମେତ ୮ଟି ଆସନ ପାଇଁ ଭେଟ ଗ୍ରହଣ ଜାରି ରହିଛି । କିନ୍ତୁ ମିରଟ ହେଉଥିବା ମକ୍ ପୋଲ ସମୟରେ ପ୍ରାୟ ୧୨ଟି ଇଭିଏମ ମେସିନ୍ ଖରାପ ଥିବା ଜାଣିବାକୁ ମିଳିଛି । ଯାହାଫଳରେ ମତଦାନ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଉତ୍ତରପ୍ରଦେଶରେ ଗାଜିଆବାଦ ଏବଂ ମିରଟ ସମେତ ୮ଟି ଆସନ ପାଇଁ ମତଦାନ ଜାରି ରହିଛି । ତେବେ ମତଦାନ ସମୟରେ ଏକ ବଡ଼ ସଂକଟରେ ପଡ଼ିଛନ୍ତି ରାମାୟଣର ‘ଶ୍ରୀରାମ’, ଅରୁଣ ଗୋଭିଲ । ସକାଳ ୭ଟାରେ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ମକ୍ ପୋଲ୍ ସମୟରେ ପ୍ରାୟ ୧ ଡର୍ଜନ ଇଭିଏମ ମେସିନରେ ସମସ୍ୟା ପରିଲକ୍ଷିତ ହୋଇଛି । ତେଣୁ ସମସ୍ତ ଇଭିଏମ ମେସିନକୁ ପରିବର୍ତ୍ତନ କରାଯାଇଛି । ମିରଟରେ ୱେବକାଷ୍ଟିଙ୍ଗ କଣ୍ଟ୍ରୋଲ ରୁମ ଜରିଆରେ ପୋଲିଙ୍ଗ ବୁଥର ମନିଟରିଙ୍ଗ କରାଯାଉଛି । ସୁରକ୍ଷା ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ସହରରେ ସିସିଟିଭି କ୍ୟାମେରା ଦ୍ୱାରା ଏହାକୁ ମନିଟରିଙ୍ଗ କରାଯାଉଛି ।

ମିରଟ ଲୋକସଭା ଆସନ ପାଇଁ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ସମାଜବାଦୀ ପାର୍ଟିର ପୂର୍ବ ବିଧାୟକ ଯୋଗେଶ ଶର୍ମାଙ୍କ ପତ୍ନୀ ସୁନୀତା ବର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ତରପର ନିର୍ବାଚନ ଲଢୁଛନ୍ତି ‘ରାମାୟଣ’ର ‘ଶ୍ରୀରାମ’ ଅରୁଣ ଗୋଭିଲ । ଅନ୍ୟ ପକ୍ଷରେ ବହୁଜନ ସମାଜ ପାର୍ଟି ଦେବବ୍ରତ ତ୍ୟାଗୀଙ୍କୁ ଯୋଦ୍ଧା ଭାବରେ ମଇଦାନକୁ ଓହ୍ଲାଇଛି । ଲଗାତାର ୩ ଥର ବିଜେପି ଏଠାରେ ବିଜୟ ହାସଲ କରି ଆସିଛି । ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୨୦ଲକ୍ଷ ୫୩୩ ରହିଥିବା ବେଳେ ୧୦ ଲକ୍ଷ ୭୫ ହଜାର ୩୬୮ ପୁରୁଷ, ୯ ଲକ୍ଷ ୨୫ ହଜାର ୨୨ ଜଣ ମହିଳା ଏବଂ ୧୪୦ ଜଣ ଟ୍ରାନ୍ସଜେଣ୍ଡର ଭୋଟର ରହିଛନ୍ତି ।

Get real time updates directly on you device, subscribe now.