fbpx

ଗୋଟିଏ ଦିନରେ କରୋନା ନେଲା ୩୪୬ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଦେଶରେ ୨୪ ଘଣ୍ଟାରେ ଆଉ ୩୪ ହଜାର ୧୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ କୋଭିଡ ସଂକ୍ରମଣ ହାର ୩.୧୯ ପ୍ରତିଶତ ରହିଛି । ଏହା ସହିତ ଦିନକରେ ଆଉ ୩୪୬ ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା । ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୯ ହଜାର ୧୧ କୁ ବୃଦ୍ଧି ପାଇଛି ।

ଏଯାଏ ୪ କୋଟି ୧୬ ଲକ୍ଷ ୭୭ ହଜାର ୬୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନକରେ ୯୧ ହଜାର ୯୩୦ ଜଣ ସୁସ୍ଥ ହୋଇଛନ୍ତି । ୪ ଲକ୍ଷ ୭୮ ହଜାର ୮୮୨ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ୧୭୨ କୋଟି ୯୫ ଲକ୍ଷ ରୁ ଅଧିକ ଡୋଜ ଟିକା ଦିଆଗଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.